Latest Odisha News

BREAKING NEWS

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଚାଲିଗଲା ୩ଜଣଙ୍କ ଜୀବନ

ଯାଜପୁର: ବିଦ୍ୟୁତ ଆଘାତରେ ଚାଲିଗଲା ୩ଜୀବନ । ଏହିପରି ଦୁଃଖଦ ଖବର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ସିକନ୍ଦରାବାଦରେ ଏକ କମ୍ପାନୀରେ ଚାକିରି କରୁଥିବା ଜଣେ ବ୍ୟକ୍ତିଙ୍କ ସମେତ ତାଙ୍କ ପତ୍ନୀ ଓ ସାନ ଝିଅ ବିଦ୍ୟୁତ ଆଘାତରେ ଆଖି ବୁଜିଥିବା ଜଣାପଡ଼ିଛି । ମୃତକମାନେ ହେଲେ ବିଞ୍ଝାରପୁର ବ୍ଲକ ବରପଦା ପଞ୍ଚାୟତ ବିଦାପଡ଼ା ଗାଁର ବାସୁଦେବ ମଲ୍ଲିକ, ପତ୍ନୀ ରୀନା ଓ ସାନ ଝିଅ ବିଶ୍ୱଶ୍ରୀ ।

ସୂଚନା ଅନୁଯାୟୀ, ବାସୁଦେବ ସିକନ୍ଦରାବାଦରେ ଏକ ତିନି ମହଲା ବିଶିଷ୍ଟ କୋଠାଘରେ ନିଜ ପତ୍ନୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ । ସୋମବାର ବାସୁଦେବ ଗାଧୋଇ ସାରି ଛାତ ଉପରେ ଲୁଗା ଶୁଖାଉଥିଲେ । ଏହି ସମୟରେ ସେ ୧୧କେଭି ତାର ସଂସ୍ପର୍ଶରେ ଆସିଥିଲେ । ସ୍ୱାମୀ କରେଣ୍ଟ ସଂସ୍ପର୍ଶରେ ଆସୁଥିବା ଦେଖି ରୀନା କାଖେଇ ଥିବା ସାନ ଝିଅକୁ ଧରି ସ୍ୱାମୀଙ୍କୁ ଧରିଦେଇଥିଲେ । ଏଥିରେ ରୀନା ଓ ସାନ ଝିଅ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ।

ଘଟଣାସ୍ଥଳରେ ବାସୁଦେବ ଓ ଝିଅ ବିଶ୍ୱଶ୍ରୀଙ୍କ ମୃତ୍ୟୁ ହୋଇଥିଲା । ରୀନାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ମେଡ଼ିକାଲ ନେଇ ଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ବିଞ୍ଝାରପୁରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.