Latest Odisha News

BREAKING NEWS

ଦିଲ୍ଲୀ ଏୟାରପୋର୍ଟରେ ନବୀନ-ଧର୍ମେନ୍ଦ୍ର ଭେଟାଭେଟି !

ନୂଆଦିଲ୍ଲୀ: ଓଡ଼ିଶାରେ ସାଧାରଣ ନିର୍ବାଚନ ସମାପ୍ତ ହୋଇଛି । ଦୀର୍ଘ ଏକମାସ ବ୍ୟାପୀ ଉଭୟ ବିଜେଡ଼ି ଓ ବିଜେପି ମଧ୍ୟରେ ଯେଉଁ ଛକାପଞ୍ଝା ହୋଇଛି ତାହା ପ୍ରଚାରରୁ ସହଜରେ ଜଣାପଡ଼ିଛି । ପ୍ରଚାର ମଇଦାନରେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବାକଯୁଦ୍ଧ ଏକପ୍ରକାର ଚରମ ସୀମାରେ ପହଞ୍ଚିଥିଲା । ମାତ୍ର ମଙ୍ଗଳବାର ଦିନ ଦିଲ୍ଲୀ ଏୟାପୋର୍ଟରେ ଉଭୟ ନେତା ଅଚାନକ ସାମ୍ନାସାମ୍ନି ହୋଇପଡ଼ିଥିଲେ ।

ନୂଆଦିଲ୍ଲୀ ଗସ୍ତରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଯାଇଥିଲେ । ନବୀନ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିବାକୁ ଯାଇଥିବା ବେଳେ ଏପଟେ ସେହିସମୟରେ ଧର୍ମେନ୍ଦ୍ରଙ୍କ ସହିତ ତାଙ୍କର ଅଚାନକ ଭେଟ ହୋଇଥିଲା ।

ଦୁହେଁ ଦୁହିଁଙ୍କୁ ଦେଖି ସ୍ମିତହାସ୍ୟ କରିଲେ କେବଳ ତାହା ସେତିକି ନୁହେଁ ବରଂ ଓଡ଼ିଶାର ଏହି ଦୁଇନେତା ପରସ୍ପର ସହିତ ହାତ ମିଳାଇ କିଛି ସମୟ କଥାବାର୍ତ୍ତା ମଧ୍ୟ ହେଲେ ।

ରାଜନୈତିକ ଦୃଷ୍ଟିକୋଣରୁ ଏହି ଭେଟଘାଟ ସେତେଟା ଗୁରୁତ୍ୱପୂର୍ଣ୍ଣ ହୋଇନଥିଲେ ମଧ୍ୟ ଓଡ଼ିଶାବାସୀ ଏହି ଘଟଣାକୁ ସହଜେ ଗ୍ରହଣ କରିପାରୁନାହାନ୍ତି ।

Leave A Reply

Your email address will not be published.