Latest Odisha News

BREAKING NEWS

ସାମୁଦ୍ରିକ ଝଡ଼ ‘ଫନି’: ଆସନ୍ତାକାଲି ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ କ୍ରମେ ବାତ୍ୟାରେ ପରିଣତ ହେବାରେ ଲାଗିଛି । ଆସନ୍ତା ମେ ୩ ତାରିଖ ଅପରାହ୍ନରେ ଓଡ଼ିଶାର ସ୍ଥଳପଥ ଛୁଇଁବା ପୂର୍ବରୁ ୨ ତାରିଖରୁ ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିବ । ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ଯେ, ମେ ୨ ତାରିଖ ବେଳକୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଏହି ବାତ୍ୟା ‘ଫନି’ ପ୍ରଭାବରେ ୩ ଓ ୪ ତାରିଖରେ ମଧ୍ୟ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବ । ତେବେ ୨ ତାରିଖରେ ଏହି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ସେହିପରି ମେ ୩ ତାରିଖ ସକାଳ ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୮୫ କିମି ବେଗ ରହିବ । ତେବେ ଏବେଠାରୁ ପବନର ବେଗ କ୍ରମଶଃ ବୃଦ୍ଧି ଘଟିବାର ସମ୍ଭାବନା ରହିଛି ବୋଲି ପାଣିପାଗ ସୂତ୍ରରୁ ଜଣାପଡ଼ିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ସହିତ ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ବୋଲି ଜଣାଯାଇଛି । ତେଣୁ ମତ୍ସ୍ୟଜୀବୀମାନେ ଏହି ସମୟରେ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.