Latest Odisha News

ପାନବରଜ ମାଲିକଙ୍କ ମନ ପରିବର୍ତ୍ତନ, ଜେଏସଡବ୍ଲ୍ୟୁ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଦେଲେ ସହମତି

ପାରାଦୀପ: ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଢିଙ୍କିଆ ଗାଁରେ ପରିବର୍ତ୍ତନ । ଦୀର୍ଘ ବର୍ଷ ଧରି ଏରସମା ତହସିଲ ଢିଙ୍କିଆ ପଞ୍ଚାୟତରେ ଚାଲିଥିବା ପ୍ରକଳ୍ପ ବିରୋଧରେ ଆନ୍ଦୋଳନର ଚିତ୍ର ବଦଳିବାରେ ଲାଗିଛି । ଆନ୍ଦୋଳନକାରୀଙ୍କ ମଧ୍ୟରୁ ଅନେକ ଲୋକ ଶିଳ୍ପ ପ୍ରତିଷ୍ଠା ପାଇଁ ସହମତି ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଗଧାଡ଼ିରେ ଥାଇ ଯେଉଁମାନେ ପ୍ରକଳ୍ପକୁ ବିରୋଧ କରୁଥିଲେ, ସେହିମାନେ ଆଜି ପାନବରଜ ମାପଚୁପ କରିଛନ୍ତି । ଯାହା ଜେଏସଡବ୍ଲୁ ପାଇଁ ଭିନ୍ନ ଏକ ବାତାବରଣ ସୃଷ୍ଟି କରିଛି ।

ଆଜି ଢିଙ୍କିଆ ପଞ୍ଚାୟତର ଢିଙ୍କିଆ, ମାହାଳ ଓ ପାଟଣା ଗାଁର ୩୫ ଜଣ ହିତାଧିକାରୀଙ୍କ ପାନବରଜ ମାପଚୁପ କରାଯାଇଛି । ଏହି ତିନି ଗାଁର ଲୋକେ ଆଜି ନିଜ ଇଚ୍ଛାରେ ସ୍ଥାନୀୟ ତହସିଲଦାର ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ପାବରଜ ମାପଚୁପ କରାଯାଇଛି । ଏରସମା ତହସିଲଦାରଙ୍କ ନେତୃତ୍ୱରେ ୫ଟି ଟମ୍ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।

ଆଗାମୀ ଦିନରେ ଢିଙ୍କିଆ ଓ ମାହାଳ ଗାଁରେ ଥିବା ଅନ୍ୟ ପାନବରଜ ଗୁଡ଼ିକ ଅଧିଗ୍ରହଣ କରିବାକୁ ଲୋକମାନେ ସହମତି ପ୍ରକାଶ କରିଛନ୍ତି । ବିଶେଷ କରି ସ୍ଥାନୀୟ ଲୋକମାନେ ପ୍ରଶାସନିକ ସ୍ତରରେ ଆଲୋଚନା କରିବା ପରେ ନିଜ ନିଜ ଇଚ୍ଛାରେ କମ୍ପାନୀ ପାଇଁ ଏଭଳି ସହଯୋଗ କରୁଥିବା ଜଣାପଡ଼ିଛି ।

Comments are closed.