Latest Odisha News

ପୂର୍ବତନ ଏମଏଲଏଙ୍କର କଲିକତାରେ ପତ୍ତା ମିଳିଲା

ଢେଙ୍କାନାଳ : ଢେଙ୍କାନାଳର ପୂର୍ବତନ ଏମଏଲଏ ନବୀନ ନନ୍ଦ ହଜିଯାଇଥିବା ଚର୍ଚ୍ଚାର ଏବେ ଅବସାନ ଘଟିଛି । ନବୀନ ନନ୍ଦ ଏବେ କଲିକତାରେ ଅଛନ୍ତି । କଲିକତାର ‘ପତ୍ରିକା’ ନାମକ ଏକ ୱେବ ମ୍ୟାଗାଜିନରେ ପୂର୍ବତନ ଏଏମଏଲଏ କଲିକତା ପୋଲିସ ଦ୍ୱାରା ଗିରଫ ହୋଇଥିବା କଥା ପ୍ରକାଶ ପାଇଥିଲା । ସେହି ପତ୍ରିକା ଖବର ଅନୁଯାୟୀ ନବୀନ ନନ୍ଦ କଲିକତାର ଏକ ସ୍ପା’ରୁ ଗିରଫ ହୋଇଥିଲେ, ଏବଂ ପରେ ଜାମିନରେ ମୁକୁଳିଛନ୍ତି ।

କଲିକତାର ‘ପତ୍ରିକା’ ୱେବ ମ୍ୟାଗାଜିନରେ ନବୀନ ନନ୍ଦଙ୍କ ଗିରଫ ହେବା ନେଇ ବିବରଣୀ ପ୍ରକାଶିତ ହୋଇଥିଲା । କଲିକତାର ଏକ ସ୍ପା’ରୁ ୧୮ ଜଣ ବ୍ୟକ୍ତିଙ୍କୁ କଲିକତା ପୋଲିସ ଗିରଫ କରିଥିଲା । ସେଥିମଧ୍ୟରେ ନବୀନ ନନ୍ଦଙ୍କ ସମେତ ୯ଜଣ ମହିଳା ଏବଂ ଅନ୍ୟ ସଂଦିଗ୍ଧ ବ୍ୟକ୍ତିମାନେ ଗିରଫ ସ୍ପା ମଧ୍ୟରୁ ଗିରଫ ହୋଇଥିଲେ । ରବିବାର ଦିନ କଲିକତା ପୋଲିସ କୋର୍ଟକୁ ଚାଲାଣ କରିବା ପରେ ନବୀନ ନନ୍ଦ ଜାମିନରେ ମୁକ୍ତ ହୋଇଥିଲେ ।

ତେବେ ନବୀନ ନନ୍ଦଙ୍କୁ ଜାମିନ ମିଳିଥିବା ନେଇ ତାଙ୍କ ଓକିଲ ଅଶ୍ୱିନୀ କୁମାର ମଧ୍ୟ ମିଡ଼ିଆକୁ କହିଛନ୍ତି ।

କିନ୍ତୁ ଏପଟେ ପୂର୍ବତନ ଏମଏଲଏ ନବୀନ ନନ୍ଦ ଏହାକୁ ଅସ୍ୱୀକାର କରିବା ସହିିତ କଲିକତା ପୋଲିସ ବିପକ୍ଷରେ ଅଭିଯୋଗ କରିଛନ୍ତି ।
“କଲିକତାରେ ସନ୍ଧ୍ୟା ୭ଟା ବେଳେ ମୁ ବଜାରରେ ସପିଂ କରୁଥିବା ବେଳେ ମୋର ମୋବାଇଲଟି ଓ ପର୍ସଟିକୁ ଏକ ଦୁର୍ବୃତ୍ତ ଛଡ଼ାଇ ନେଇ ଦୌଡ଼ି ପଳାଇ ଯାଇଥିଲା, ଏବଂ ସେ ସେହି ସ୍ପା ମଧ୍ୟକୁ ପଶି ଯାଇଥିଲା । ମୁଁ ସ୍ପା ମଧ୍ୟକୁ ପଶିଯିବା ବେଳେ ପୋଲିସ ସେହି ସମୟରେ ମୋତେ ଗ୍ରାହକ ଭାବେ ସନ୍ଦେହ କରିଥିଲା । ମୋ ପାଖରେ ସେହି ସମୟରେ ମୋ ମୋବାଇଲ ଫୋନ ନ’ଥିବାରୁ ମୁଁ ମୋ ପରିବାର ସହିତ ଯୋଗାଯୋଗ କରିପାରିନଥିଲି” ବୋଲି କହିଛନ୍ତି ପୂର୍ବତନ ଏମଏଲଏ ନବୀନ ନନ୍ଦ ।

ଏହି ଘଟଣାର ତୀବ୍ର ନିନ୍ଦାକରି ଶ୍ରୀ ନନ୍ଦ କହିଛନ୍ତି ଯେ, “ମୋର ସେହି ସ୍ପା’ମଧ୍ୟକୁ ଯିବାର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ପୋଲିସ ମୋତେ ଗିରଫ କରିଥିବାରୁ ମୁଁ କଲିକତା ପୋଲିସ ବିରୁଦ୍ଧରେ ଆଇନତଃ ପଦକ୍ଷେପ ନେବି” ।

ବାପାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ନିନ୍ଦା କରି ନବୀନ ନନ୍ଦଙ୍କ ପୁଅ ସଂବିତ ନନ୍ଦ କହିଛନ୍ତି ମୋବାଇଲ ପକେଟମାର ହୋଇଯିବା ଯୋଗୁଁ ରବିବାର ଦିନ ବାପାଙ୍କ ସହିତ ଆମର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

ଏହି ଖବରପାଇ ତାଙ୍କ ପୁଅ ସମ୍ବିତ ନନ୍ଦ କଲିକତାକୁ ଯାଇଛନ୍ତି, କଲିକତାର ସେକ୍ସପିୟର ସରଣୀ ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.