Latest Odisha News

BREAKING NEWS

ରଥଯାତ୍ରା ସମନ୍ୱୟ କମିଟି ବୈଠକ ୬ ତାରିଖକୁ ଘୁଞ୍ଚିଲା

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ତାରିଖରେ ତୃତୀୟ ତଥା ଶେଷ ରଥଯାତ୍ରା ସମନ୍ୱୟ କମିଟି ବୈଠକ ଯୋଗ ଦେବାକୁ ସ୍ଥିର ହୋଇଥିଲା । ଏହି ବୈଠକ ୩ ତାରିଖ ପରିବର୍ତ୍ତେ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି ।

ପୂର୍ବ ନିର୍ଦ୍ଧାରିତ ବିିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ଦେବା କାରଣରୁ ବୈଠକ ୩ ତାରିଖରୁ ୬ ତାରିଖକୁ ଘୁଞ୍ଚାଯାଇଛି ବୋଲି ସୂତ୍ରରୁ ପ୍ରକାଶ ।

ତେବେ ଅନ୍ୟପକ୍ଷରେ ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ଘଟିଥିବାରୁ ଏହି ବୈଠକ ଘୁଞ୍ଚିଥିବା କଥା କହିଛନ୍ତି ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗର ସହ ସମ୍ପାଦକ ବିନାୟକ ଦାସ ମହାପାତ୍ର ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମନ୍ୱୟ କମିଟି ବୈଠକକୁ ବର୍ଜନ କରିବାକୁ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ମରାଯାଇଥିଲା । ଏହି ପୋଷ୍ଟର ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅସଦାଚରଣ କରିବା ନେଇ ସେବାୟତ ବିରୋଧରେ ଥିବା ଅଭିଯୋଗ ତଥା ଜିଲ୍ଲାପାଳଙ୍କ ବିରୋଧି ମନୋଭାବ କଥା ଉଲ୍ଲେଖ ରହିଥିଲା । ତେଣୁ ଏହି ପୋଷ୍ଟରରେ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମନ୍ୱୟ କମିଟି ବୈଠକକୁ ବର୍ଜନ କରିବା ନେଇ ସେବାୟତଙ୍କୁ ଆହ୍ୱାନ ଦିଆଯାଇଥିଲା ।

ତେବେ ଯାହାବି ହେଉ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେଉଥିବା ବୈଠକରେ ଯୋଗଦେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କୁ ମନେଇବାକୁ ସବୁପ୍ରକାର ପ୍ରଚେଷ୍ଟା ଚାଲିଛି ।

Leave A Reply

Your email address will not be published.