Latest Odisha News

BREAKING NEWS

[ଭିଡ଼ିଓ] ଉଦ୍ଧାର ୨୦ ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କଲା ଭାରତୀୟ କୋଷ୍ଟଗାର୍ଡ

ପାରାଦ୍ଵୀପ : ପାରାଦ୍ଵୀପରୁ ବଙ୍ଗଳାଦେଶୀ ବୋଟ୍ ଓ ୨୦ ମତ୍ସ୍ୟଜୀବୀ ଉଦ୍ଧାର ଘଟଣା । ଘଟଣାରେ ସମସ୍ତ ୨୦ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡଙ୍କୁ ହସ୍ତାନ୍ତର କଲା ଭାରତୀୟ କୋଷ୍ଟଗାର୍ଡ ।

ଗତ ଡ଼ିସେମ୍ବର ୨୬ ତାରିଖରେ ସେମାନଙ୍କୁ  ଉଦ୍ଧାର କରିଥିଲେ ପାରାଦ୍ଵୀପର ମତ୍ସ୍ୟଜୀବୀ । ବୋଟ୍ ଖରାପ ହେବାରୁ ଦିର୍ଘ ୧୬ ଦିନ ଦିଗହରା ହୋଇ ଭାରତୀୟ ଜଳ ସୀମାରେ ବୁଲୁଥିଲେ । ସେମାନଙ୍କ ନିକଟରୁ ପିଇବା ପାଣି ସରିଯାଇଥିବା ବେଳେ ଖାଦ୍ୟ ମଧ୍ୟ ସରିଯାଇଥିଲା । ଡିସେମ୍ବର ୭ ତାରିଖରେ ସେମାନେ ବାଙ୍ଗଲାଦେଶରୁ ସମୁଦ୍ରକୁ ମାଛ ମାରିବାକୁ ବାହାରିଥିବା ବେଳେ ୯ ତାରିଖରେ ଭାରତୀୟ ଜଳ ସୀମାକୁ ପଶି ଆସିଥିଲେ।

ଭାରତୀୟ ଜଳ ସୀମା ରେ ଦିଗ ନିର୍ଣ୍ଣୟ କରିବାରେ ବିଫଳ ହୋଇଥିଲେ। ପରେ ସେମାନଙ୍କୁ ପାରାଦ୍ଵୀପ ଅଣାଯାଇ ଯାଞ୍ଚ୍ କରାଯିବା ପରେ ସେମାନଙ୍କୁ  ହସ୍ତାନ୍ତର କରାଯାଇଥିବା ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.