Latest Odisha News

BREAKING NEWS

ଓମିକ୍ରନ୍‌ ଭୟ; ଆହୁରି କଠୋର ହେବ କଟକଣା; ବ୍ୟାନ୍‌ ହୋଇପାରେ ରେସ୍ତୋରାଁରେ ବସି ଖାଇବା

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ କ୍ଷୀପ୍ର ବେଗରେ ମାଡୁଥିବାରୁ ରାଜଧାନୀ ଦିଲ୍ଲୀରେ କରୋନା କଟକଣା ଆହୁରି କଡାକଡି ହୋଇପାରେ।

ଆଜି ଏକ ସମୀକ୍ଷା ବୈଠକ ପରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଜାତୀୟ ରାଜଧାନୀରେ କଠୋର ନିର୍ଦ୍ଦେଶାବଳୀ ଘୋଷଣା କରିବାର ସମ୍ଭାବନା ରହିଛି।

ନୂତନ ନିୟମ ଅନୁଯାୟୀ ରେସ୍ତୋରାଁରେ ବସି ଖାଇବା ବ୍ୟାନ୍‌ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ। କିନ୍ତୁ ହୋମ ଡେଲିଭରି ଏବଂ ଟେକ୍‌ ଆୱେ ଅପରେସନ୍ ପୂର୍ବ ପରି ଜାରି ରହିବ।

ରବିବାର ଦିନ କରୋନା ଯୋଗୁଁ ଦିଲ୍ଲୀରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଯାହା ଗତ ବର୍ଷ ଜୁନ ୧୩ ଠାରୁ ଗୋଟିଏ ଦିନରେ ସର୍ବାଧିକ ଥିଲା।

Comments are closed.