ନୂଆଦିଲ୍ଲୀ: ଟାଟା କମ୍ପାନୀ ଆଇପିଏଲର ନୂତନ ଟାଇଟଲ ସ୍ପନଶର ହୋଇଛି । ମଙ୍ଗଳବାର ଚୀନର ଭିଭୋ କମ୍ପାନୀ ଏଥିରୁ ଓହରିଯିବା ପରେ ପରବର୍ତୀ ୨ଟି ସିଜନ ପାଇଁ ଟାଟାକୁ ଏହି ଅଧିକାର ପ୍ରଦାନ କରାଯାଇଛି । ଫଳରେ ଆଗାମୀ ସଂସ୍କରଣକୁ ଟାଟା ଆଇପିଏଲ କୁହାଯିବ । ୨୦୧୮ରେ ଭିଭୋ ବାର୍ଷିକ ୪୪୦ କୋଟି ଟଙ୍କାରେ ଟାଇଟଲ ସ୍ପନଶରଶିପ ହାତେଇଥିଲା ।
ଭାରତ-ଚୀନ ବିବାଦ ଯୋଗୁୂ ପରେ ଏହି ଚୁକ୍ତିରୁ ଓହରି ଯାଇଥିଲା ଏବଂ ଡ୍ରିମ ୧୧କୁ ଏହି ରାଇଟ୍ସ ମିଳିଥିଲା । ମଙ୍ଗଳବାର ଭିଭୋ ସ୍ପନଶରଶିପରୁ ଓହରିବା ପାଇଁ ଅନୁରୋଧ କରିଥିଲା ଏବଂ ବିସିସିଆଇ ଏହାକୁ ଗ୍ରହଣ କରିଥିଲା ।
Comments are closed.