ଭୁବନେଶ୍ୱର: ପୁଣି ମାଞ୍ଜା ସୂତା ଲାଗି ଘଟିଛି ଅଘଟଣ । ରାଜଧାନୀ ଡ଼ୁମଡ଼ୁମା ପାଲା ମଣ୍ଡପ ଛକରେ ଘଟିଛି ଘଟଣା । ମାଞ୍ଜା ସୁତା ଲାଗି ୩ଜଣ ଆହତ ହୋଇଛନ୍ତି । କିଛି ଯୁବକ ଗୁଡ଼ି ଉଡ଼ାଉଥିବାବେଳେ ଗୁଡ଼ିର ପ୍ଲାଷ୍ଟିକ ସୂତା ଲାଗି ଯିବାରୁ ୨ଜଣଙ୍କ ହାତ ଓ ବେକରେ ଆଘାତ ହୋଇଛି । ଜଣଙ୍କ ବେକରେ ସୂତା ଲାଗି ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି ।
ଆହତମାନଙ୍କ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଞ୍ଜା ସୂତା ଜବତ କରିବା ସହ ତନାଘନା ଆରମ୍ଭ କରିଛି । ସୂଚନା ଅନୁଯାୟୀ, ପୂର୍ବରୁ ମଧ୍ୟ ଏହିଭଳି ଅଘଟଣ ଘଟିଛି । କଟକ ଜିଲ୍ଲା ଜଗତପୁର ପୀରବଜାର ଅଞ୍ଚଳରେ ଜଣେ ଯୁବକ ବେକରେ ମାଞ୍ଜା ସୂତା ଲାଗି ଜୀବନ ଯାଇଥିଲା । ସେହିପରି ପୁରୀରେ ଜଣେ ମାଞ୍ଜା ସୂତା ଲାଗିଯିବାରୁ ଗୁରୁତର ହୋଇଥିଲେ ।
Comments are closed.