Latest Odisha News

ମିହିର ଦାସଙ୍କୁ ଦିଆଯିବ ‘ଗାର୍ଡ ଅଫ୍‌ ଅନର୍‌’

ଭୁବନେଶ୍ବର : ଆଉ ନାହାନ୍ତି ବରିଷ୍ଠ ସିନେ ଅଭିନେତା ମିହିର ଦାସ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ତାଙ୍କ ଅକାଳ ବିୟୋଗରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଆସନ୍ତାକାଲି ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ମିହିର ଦାସଙ୍କ ଅବଦାନକୁ ସମ୍ମାନ ଜଣାଇ ‘ଗାର୍ଡ ଅଫ୍ ଅନର୍’ ସହ ଶେଷକୃତ୍ୟ ସମ୍ପନ୍ନ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯିବ । ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଏ ନେଇ ସୂଚନା ଦେଇଛନ୍ତି ।

ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ ପ୍ରଫେର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗ ପରେ ସିନେପ୍ରେମୀ ଓ ପ୍ରଶଂସକ କଟକସ୍ଥିତ ବାସଭବନରେ ଶେଷ ଦର୍ଶନ କରୁଛନ୍ତି । ମିହିର ଦାସଙ୍କ ବିୟୋଗରେ ସିନେ ଆର୍ଟିଷ୍ଟ ଆସୋସିଏସନ ଗଭୀର ଶୋକ ପ୍ରକାଶ କରିଛି ।

Leave A Reply

Your email address will not be published.