Latest Odisha News

BREAKING NEWS

ବିଏସଏନଏଲର ଓଡିଶା ସର୍କଲ ସିଜିଏମ୍ ଭାବେ ଦାୟିତ୍ୱ ନେଲେ ହରିଶ୍ଚନ୍ଦ୍ର ମହାନ୍ତି

ଭୁବନେଶ୍ୱର : ବିଏସଏନଏଲର ଓଡିଶା ସର୍କଲର ସିଜିଏମ୍ ଭାବେ ଦାୟିତ୍ୱ ନେଲେ ଶ୍ରୀ ହରିଶ୍ଚନ୍ଦ୍ର ମହାନ୍ତି ଆଇ. ଟି.ଏସ୍ । ଏହି ଅବସରରେ ଶ୍ରୀ ମହାନ୍ତି ଗ୍ରାହକ ମାନଙ୍କୁ ନବବର୍ଷ ଓ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି । ସରକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସଏନଏଲ ବନ୍ୟା , ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ଦେଶ ତଥା ରାଜ୍ୟର ସମସ୍ତ ଭାଗରେ ଟେଲି ଯୋଗାଯୋଗ ସେବା ନିରବଚ୍ଛିନ୍ନ ଭାବେ ଯୋଗାଇ ଆସୁଛି । ଆଗାମୀ ଦିନରେ ମଧ୍ୟ ଏହାର ଗ୍ରାହକ ମାନଙ୍କୁ ଆକର୍ଷଣୀୟ ଟାରିଫ୍ ସହ ଅସୀମିତ କଲ୍ , ଡାଟା ଏବଂ ଆଧୁନିକତମ ସେବା ପ୍ରଦାନ ଜାରି ରଖିବ ।

ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ଭାରତ ସରକାରଙ୍କ ଉପକ୍ରମ ବିଏସଏନଏଲ ରାଜ୍ୟର ଦୁର୍ଗମ ଅଞ୍ଚଳରେ ମଧ୍ୟ ଜନ ସାଧାରଣଙ୍କୁ ବିନା ଲାଭରେ ଯଥାର୍ଥ ମୂଲ୍ୟରେ ଲ୍ୟାଣ୍ଡଲାଇନ ମୋବାଇଲ ଏବଂ ଏଫଟିଟିଏଚ୍ ସେବା ଉପଲବ୍ଧ କରାଇବାକୁ ସର୍ବାଧିକ ଗୁରୁତ୍ୱ ଦେଇଆସୁଛିା ବିଏସଏନଲ ଆକର୍ଷଣୀୟ ଟାରିଫ ପ୍ଲାନ ଯୋଜନା ଯୋଗୁଁ ବିଳମ୍ବିତ ହେଲେ ମଧ୍ୟ ଗ୍ରାହକମାନଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳୁଛି ।

ଅଫ୍ଟିକାଲ ଫାଇବର ମାଧ୍ୟମରେ ହାଇ –ସ୍ପିଡ ଇଣ୍ଟରନେଟ ସେବା ସହିତ ଘରେ ରହି ଅନଲାଇନ ମାଧ୍ୟମରେ କାର୍ଯ୍ୟ କରୁଥିବା ବିଭିନ୍ନ ଶ୍ରେଣୀର ବ୍ୟକ୍ତି ବିଶେଷ ଏବଂ କ୍ଲାସରେ ଯୋଡିହେବା ପାଇଁ ଛାତ୍ରଛାତ୍ରୀଙ୍କର ବିଏସଏନଏଲ ପ୍ରଥମ ପସନ୍ଦ ।

ବିଏସଏନଏଲର ସହଯୋଗରେ ଅଫ୍ଟିକାଲ ଫାଇବର ମାଧ୍ୟମରେ ଗ୍ରାମାଞ୍ଚଳକୁ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗାଇବା ଦିଗରେ ବିଏସଏନଏଲର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।ଖୁବ୍ ଶୀଘ୍ର ଓଡିଶାର ବିଭିନ୍ନ ଜିଲ୍ଲାରେ ୪ଜି ସେବା ଉପଲବଧ ହେବ ବୋଲି ଶ୍ରୀ ମହାନ୍ତି ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.