Latest Odisha News

BREAKING NEWS

ଆମେରିକା ଡାକ୍ତରଙ୍କ ରେକର୍ଡ: ମଣିଷ ଶରୀରରେ ପ୍ରତିରୋପଣ କଲେ ଘୁଷୁରୀ ହୃଦୟ

ୱାଶିଂଟନ: ଆମେରିକୀୟ ଡାକ୍ତରୀ ଟିମର ଚମକ୍ରାର । ଚିକିତ୍ସା ଇତିହାସରେ ରଚିଲେ ବିରଳ ରେକର୍ଡ । ମଣିଷ ଶରୀରରେ ପ୍ରତିରୋପଣ କଲେ ଘୁଷୁରୀ ହୃଦୟ । ଚିକିତ୍ସା ଇତିହାସରେ ଏହା ପ୍ରଥମ ହୋଇଥିବା ବେଳେ ଆଗାମୀ ସମୟରେ ଅଙ୍ଗଦାନର ଅଭାବକୁ ପୂରଣ କରିବାକୁ ଏହି ପଦ୍ଧତି ସାହାଯ୍ୟ କରିବ ବୋଲି ବିଶ୍ୱାସ କରାଯାଇଛି । University of Maryland School of Medicine ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।

ଡେଭିଡ ବେନେଟ୍ ନାମକ ଜଣେ ୫୭ ବର୍ଷ ବୟସ୍କ ବ୍ୟକ୍ତଙ୍କ ଶରୀରରେ ସଫଳତାର ସହ ଘୁଷୁରୀ ହୃଦୟକୁ ପ୍ରତିରୋପଣ କରିଛନ୍ତି ଆମେରିକାର ଏକ ଡାକ୍ତରୀ ଟିମ୍ । ପ୍ରତିରୋପଣ ପରେ ରୋଗୀ ସମ୍ପୂର୍ଣ୍ଣ ଭଲ ଥିବା ଡାକ୍ତରମାନେ କହିଛନ୍ତି । ମଣିଷ ଶରୀରରେ ଘୁଷୁରୀ ହୃଦୟ ପ୍ରତିରୋପଣ ପରେ ମଧ୍ୟ ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇ ଯାଇନାହାନ୍ତି ବୋଲି କହିହେବ ନାହିଁ । ପ୍ରାଣୀଙ୍କ ଠାରୁ ମନୁଷ୍ୟ ଶରୀରକୁ ଅଙ୍ଗ ପ୍ରତିରୋପଣ ଏକ ମାଇଲଖୁଣ୍ଟରୁ କମ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଘୁଷୁରୀ ହୃଦୟ ଡେଭିଡ ବେନେଟଙ୍କ ଶରୀରରେ କିପରି କାମ କରୁଛି ତାହା ଉପରେ ଡାକ୍ତରମାନେ ନଜର ରଖିଛନ୍ତି ।

ଘୁଷୁରୀ ହୃଦୟକୁ ଟ୍ରାନ୍ସପ୍ଲାଣ୍ଟ କରିଥିବା ଡାକ୍ତର ବାର୍ଟଲି ଗ୍ରିଫିଥ କହିଛନ୍ତି ଏହା ଏକ ସଫଳ ଅସ୍ତ୍ରୋପଚାର । ଆଗାମୀ ସମୟରେ ଅଙ୍ଗ ଅଭାବର ସଙ୍କଟକୁ ଦୂର କରିବା ପାଇଁ ଆମେ ଗୋଟିଏ ପାଦ ଆଗକୁ ବଢିଛୁ ।

Leave A Reply

Your email address will not be published.