Latest Odisha News

BREAKING NEWS

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ତାଳଚେର: ଅନୁଗୁଳ ଜିଲ୍ଲା କୋଲିୟରୀ ଥାନା ଅଞ୍ଚଳରୁ ୧୩୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ।

ସୂଚନା ଅନୁସାରେ ରେସକ୍ୟୁ କଲୋନୀ ଅଞ୍ଚଳର ମନୋଜ ସାହୁ ବାଇକରେ ୯୭ ଗ୍ରାମ ବ୍ରାଉସୁଗାର ନେଇ ବଲଣ୍ଡାକୁ ଯାଉଥିଲେ । ଖବର ପାଇ ପୋଲିସ ଡେରା ଛକ ନିକଟରେ ଚଢାଉ କରି ଅଭିଯୁକ୍ତ ମନୋଜକୁ ଗିରଫ କରିଥିଲା । ପୋଲିସ ମନୋଜକୁ ଅଧିକ ପଚରାଉଚରା କରିବାରୁ ସେ ଏହି କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣଙ୍କ ନାମ କହିଥିଲା । ସେମାନେ ହେଲେ ବାଘୁଆବୋଲ ଅଞ୍ଚଳର କାଳିଆ ବର୍ମା ଓ ତାଙ୍କ ପୁଅ ଲିପୁ ବର୍ମା ।

କୋଲିୟରୀ ପୋଲିସ କାଳିଆ ଓ ଲିପୁଙ୍କ ଘରେ ଚଢ଼ାଉ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ତାଙ୍କ ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ମଧ୍ୟ ପୋଲିସ ଜବତ କରିଥିଲା ।

ପୂର୍ବରୁ ଅନୁଗୁଳ ଜିଲ୍ଲାରେ ଜବତ ହୋଇଥିବା ବ୍ରାଉନସୁଗାର ପରିମାଣଠାରୁ ଏହା ସର୍ବାଧିକ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.