Latest Odisha News

BREAKING NEWS

ମେ’ ୧୫ ସୁଦ୍ଧା ଭୁବନେଶ୍ୱର ଉପକଣ୍ଠରେ ପହଞ୍ଚିବ ବିଦ୍ୟୁତ୍ ସେବା

ଭୁବନେଶ୍ୱର : ଭୁବନେଶ୍ୱର ବିଦ୍ୟୁତ୍ ଡିଭିଜନ୍ ଅନ୍ତର୍ଗତ ଅଞ୍ଚଳ ଗୁଡିକରେ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ଜୋରଦାର ପ୍ରୟାସ କରାଯାଉଥିବା ବେଳେ ମେ’ ୧୧ ତାରିଖ ବେଳକୁ ରାଜଧାନୀର ଉପକଣ୍ଠରେ ଥିବା ଡିପିଏସ୍, ମେ’ ୧୩ ତାରିଖରେ ଗୋବିନ୍ଦପୁର, ମେ’ ୧୪ ବେଳକୁ ତ୍ରିନାଥ ବଜାର, ପାହାଳ, ଗୋବିନ୍ଦପୁର, ଭିଙ୍ଗରପୁର ଓ ଗଙ୍ଗେଶ୍ୱର ଏବଂ ନହରକଣ୍ଟା, ବାଲିଅନ୍ତା ଓ ଅତଳା ଆଦି ଅଞ୍ଚଳରେ ମେ’ ୧୫ ତାରିଖ ବେଳକୁ ୩୩ କେଭି. ବିଦ୍ୟୁତ୍ ସେବା ଉପଲବ୍ଧ କରାଯିବ ।

ଶକ୍ତି ବିଭାଗର ବିଜ୍ଞପ୍ତି ଅନୁଯାୟୀ ରସୁଲଗଡ,ବ୍ରହ୍ମେଶ୍ୱର, ଲିଙ୍ଗରାଜ, ବିଜେବି ନଗର, ମାଉସୀ ମା’, ବଡଗଡ, ୱାଟର୍ ୱାର୍କ୍ସ ୧ ଓ ୨, ପୋଖରୀପୁଟ୍, ଭୀମଟାଙ୍ଗି, କଳ୍ପନା, ପୁରୀ ରୋଡ୍, ମାଞ୍ଚେଶ୍ୱର ଫିଡର ୨, ଲକ୍ଷ୍ମୀସାଗର, ବୋମିଖାଲ, ଭିଏସଏସ୍ ନଗର ଏବଂ ଏସବିଆଇ କଲୋନୀ ଆଦି ଅଞ୍ଚଳରେ ଗୁରୁବାର ସକାଳ ସୁଦ୍ଧା ବିଦ୍ୟୁତ୍ ସରବରାହ ଯୋଗାଣ କରାଯାଇଥିବା ନେଇ ସୂଚନା ମିଳିଛି ।

ତେବେ ବୁଧବାର ସନ୍ଧ୍ୟା ସୁଦ୍ଧା ଆଇଆରସି ଭିଲେଜ୍, ବରମୁଣ୍ଡା ବସଷ୍ଟାଣ୍ଡ, ଆପୋଲୋ ହସ୍ପିଟାଲ୍, ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଏବଂ ରେଲୱେ ହସ୍ପିଟାଲ ଆଦି ସ୍ଥାନ ଗୁଡିକରେ ବିଦ୍ୟୁତ୍ ସେବା ପ୍ରଦାନ କରାଯାଇଥିଲା ।

Comments are closed.