Latest Odisha News

BREAKING NEWS

ଶ୍ରୀମନ୍ଦିରରେ ପୁଣି ଉଡିଲା ପତିତପାବନ ବାନା

ପୁରୀ : ବାତ୍ୟା ‘ଫନି’ ପ୍ରଭାବରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନୀଳଚକ୍ରରୁ ବାନା ଉଡିଯାଇଥିଲା ବେଳେ ଗୁରୁବାର ଦିନ ସେବାୟତମାନଙ୍କ ପକ୍ଷରୁ ମନ୍ଦିରରେ ୧୪ ଫୁଟ୍ ଲମ୍ବ ବିଶିଷ୍ଟ ବାନା ଲଗାଯାଇଛି ।

ମେ’ ୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପତିତପାବନ ବାନା ବଦଳା ଯାଇ ୫ ଫୁଟ୍ ଲମ୍ବର ଚୁନରି ଲଗାଯାଇଥିଲା । ମେ’ ୩ ତାରିଖରେ ପୁରୀରେ ଲ୍ୟାଣ୍ଡଫଲ୍ କରିବାକୁ ଥିବା ସମାୁଦ୍ରିକ ଝଡ ଫନିକୁ ନଜରରେ ରଖି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ପକ୍ଷରୁ ପତିତପାବନ ବାନାକୁ ବଦଳାଇ ତା’ ସ୍ଥାନରେ ଛୋଟିଏ ଚୂନରୀ ଲଗାଇବାକୁ ନିଷ୍ପତ୍ତି କରାଯାଇଥିଲା ।

ଆଜି ସକାଳେ ଚୁନାରା ସେବାୟତମାନେ ମନ୍ଦିର ଉପରେ ଚଢି ନୀଳଚକ୍ରରେ ଏହି ୧୪ ଫୁଟ୍ ଲମ୍ବ ବିଶିଷ୍ଟ ବାନା ବାନ୍ଧିଛନ୍ତି ।

Leave A Reply

Your email address will not be published.