ଭୁବନେଶ୍ୱର : ସାରସ୍ୱତ ମଞ୍ଚ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଦ୍ୱାରା ନୂତନ କାର୍ଯ୍ୟକାରିଣୀ ଗଠିତ ହୋଇଯାଇଛି। ନୂତନ କାର୍ଯ୍ୟକାରିଣୀରେ ରଘୁନାଥ ପଣ୍ଡା ଅଧ୍ୟକ୍ଷ, ଅଭୟ କୁମାର ନାୟକ ସ୍ମରପ୍ରିୟା ମିଶ୍ର ଉପାଧ୍ୟକ୍ଷ, ସନ୍ତୋଷ କୁମାର ମହାପାତ୍ର ସାଧାରଣ ସମ୍ପାଦକ ସଙ୍ଗଠନ ସମ୍ପାଦକ, ନାରାୟଣ ନାୟକସ ଙ୍ଗଠନ ସମ୍ପାଦକ, ବିରଞ୍ଚି ନାରାୟଣ ପଣ୍ଡା ଓ ପ୍ରତିଭା ପ୍ରିୟଦର୍ଶିନୀ , ସତ୍ୟଜିତ ନାୟକ ସମ୍ପାଦକ ଏବଂ ପ୍ରଦୀପ୍ତ କୁମାର ଦାସ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି।
କରୋନା କଟକଣା ଯୋଗୁଁ ଏହି ବାର୍ଷିକ ସଭା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।
ସ୍ମରପ୍ରିୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଷ୍ଟ୍ରୀୟ ମହାମନ୍ତ୍ରୀ ଋଷି କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ବିଜୟ ଲକ୍ଷ୍ମୀ ମହାପାତ୍ର ସ୍ୱରସ୍ୱତୀ ବନ୍ଦନା ଗାନ କରିଥିଲେ । ପରେ ନରେନ୍ଦ୍ର କୋହଲି, ମୃଦୁଳା ସିହ୍ନା, ଜିତ ସିଂହ ଜିତ, ମନୋଜ ଦାସ, ରାଜ କିଶୋର ମିଶ୍ର, ଡମ୍ବରୁଧର ପଟ୍ଟନାୟକ, ହରିହର ଶତପଥୀ ଏବଂ ମଙ୍ଗଲୁ ଚରଣ ବିଶ୍ବାଳଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ରାମକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.