Latest Odisha News

BREAKING NEWS

ଶିକ୍ଷାର ବିକାଶ ହିଁ ପ୍ରଗତିର ମାଧ୍ୟମ

ଭୁବନେଶ୍ବର : ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଶିକ୍ଷାବିତ ନିଶାମଣି ଷଡ଼ଙ୍ଗୀଙ୍କ “ଓଡ଼ିଶାରେ ଶିକ୍ଷା ଓ ବିକାଶଧାରା” ପୁସ୍ତକ ଉନ୍ମୋଚତ ହୋଇଯାଇଛି ।

BjdElectrycity

ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ହରପ୍ରସାଦ ଦାସ ମୁଖ୍ୟଅତିଥି , ଯତୀନ୍ଦ୍ର କୁମାର ନାୟକ ଏବଂ  ପ୍ରତିମାରାଣୀ ଷଡ଼ଙ୍ଗୀ ଯୋଗ ଦେଇଥିଲେ ।

ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ନ ହୋଇଛି ସେଯାଏଁ ଶିକ୍ଷାର ବିକାଶ ସମ୍ଭବ ନୁହେଁ । କୌଣସି ରାଷ୍ଟ୍ର, ଜାତି ବା ସଭ୍ୟତାର ବିକାଶ ଶିକ୍ଷାକୁ ବାଦ ଦେଇ ପରିକଳ୍ପନା କରାଯାଇ ନପାରେ। ଶିକ୍ଷାର ବିକାଶ ହିଁ ପ୍ରଗତିର ପ୍ରମୁଖ ମାଧ୍ୟମ ହୋଇପାରିବ ବୋଲି ଏହି ଅବସରରେ ଅତିଥିମାନେ ମତ ପ୍ରକାଶ କରିଥଲେ । ଭାଷାବିତ ଦେବାଶିଷ ମହାପାତ୍ର ପୁସ୍ତକର ସମୀକ୍ଷା କରି ବହିଟି ଓଡ଼ିଶାରେ ଶିକ୍ଷାର ବିକାଶ ସହ ସାମାଜିକ ଓ ସାଂସ୍କୃତିକ ବିକାଶର ବିଷୟରେ ବର୍ଣ୍ଣନା କରିଛି ବୋଲି କହିଥିଲେ ।

ଏହି ସାରସ୍ୱତ ସଭାରେ ଗିରୀଶରଂଜନ ସ୍ୱାଗତ ଭାଷଣ ଦେଇଥିବା ବେଳେ , ଶ୍ରୀ ଷଡ଼ଙ୍ଗୀ ଲେଖକୀୟ ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ ଏବଂ କବି କୁଳାଙ୍ଗାର ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.