ନୂଆଦିଲ୍ଲୀ: ରାଜସ୍ଥାନର ରାଜସାମନ୍ଦର ଏକ ଗାଁରେ ସ୍ୱାମୀ-ସ୍ତ୍ରୀଙ୍କ ହାତ ବାନ୍ଧି ବାଡ଼ିରେ ପିଟାଯାଇଥିବା ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ଉଭୟଙ୍କ ଅପରାଧ ଏହାଥିଲା ଯେ ସେମାନେ ଦ୍ୱିତୀୟ ଥର ବିବାହ କରିଥିଲେ। ଏହି କଥାରେ ପ୍ରଥମ ସ୍ୱାମୀଙ୍କ ପରିବାର ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହି ମହିଳା ରାଜସାମନ୍ଦର ଦ୍ୱିତୀୟ ସ୍ୱାମୀଙ୍କ ସହ ଉଦୟପୁରର ଗୋଗୁଣ୍ଡାରେ ରହୁଥିଲେ। ଉଭୟଙ୍କୁ ୪୦ ହଜାର ଜରିମାନା କରିବା ସହିତ ଏବଂ ଦଉଡିରେ ବାନ୍ଧି ପିଟିଥିଲେ।
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ମହିଳାଙ୍କ ହାତ ବନ୍ଧା ହୋଇଛି ଏବଂ ତାଙ୍କୁ ବାଡ଼ିରେ ପିଟାଯାଉଛି। ପୋଲିସ ସେମାନଙ୍କୁ ପିଟିଥିବା ଲୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
Comments are closed.