ପାରାଦ୍ୱୀପ: ଉଦ୍ଧାର ହୋଇଛି ବିରଳ କଇଁଛ । ପାରାଦ୍ୱୀପ ବଡ଼ ଗ୍ରାମରୁ ଏହି କଇଁଛ ଉଦ୍ଧାର ହୋଇଛି । କଇଁଛର ଉପର ଓ ତଳ ଭାଗରେ ପଟି ପଟି ହୋଇ କ୍ରସ ଚିହ୍ନ ରହିଛି । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ।
କଇଁଛଟିକୁ ଛୋଟ ପିଲାମାନେ ଖେଳୁଥିବାବେଳେ ଦେଖିଥିଲେ । ଏହା ଦୁଇରୁ ତିନି ମାସର କଇଁଛ ଛୁଆ ବୋଲି ଅନୁମାନ କରାଯାଉଛି । କଇଁଛଟିର ତଳ ଭାଗରେ ଗଭୀର ଆଘାତ ମଧ୍ୟ ଲାଗିଥିବା ଦେଖାଯାଇଛି । ଏହାକୁ ପୋଖରୀରେ ଛଡ଼ାଯାଇଛି । କୁଜଙ୍ଗ ବନଖଣ୍ଡ ବିଭାଗକୁ ଖବର ଦିଆଯାଇଥିଲା । ଏଯାଏଁ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି । ତେବେ ଏହା କୁଜି କଇଁଛ ପ୍ରଜାପତିର ବୋଲି ଅନୁମାନ କରାଯାଉଛି ।
Comments are closed, but trackbacks and pingbacks are open.