Latest Odisha News

ରାଜ୍ୟରେ ୨୪ଘଣ୍ଟା ଭିତରେ ୮ହଜାର ୫୨୦ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୮ହଜାର ୫୨୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୯୩୭ଜଣ ସଂକ୍ରମିତ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪ହଜାର ୯୪୧ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୩ହଜାର ୫୭୯ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନୁଗୁଳରୁ ୧୪୨ଜଣ, ବାଲେଶ୍ୱରରୁ ୩୪୬ଜଣ, ବରଗଡ଼ରୁ ୧୪୧ଜଣ, ଭଦ୍ରକରୁ ୧୧୨ଜଣ, ବଲାଙ୍ଗିରରୁ ୨୧୭ଜଣ, ବୌଦ୍ଧରୁ ୮୬ଜଣ, କଟକରୁ ୭୮୯ଜଣ, ଦେବଗଡ଼ରୁ ୭୫ଜଣ, ଢ଼େଙ୍କାନାଳରୁ ୯୦ଜଣ, ଗଜପତିରୁ ୯୮ଜଣ, ଗଞ୍ଜାମରୁ ୮୮ଜଣ, ଜଗତସିଂହପୁରରୁ ୧୬୫ଜଣ, ଯାଜପୁରରୁ ୨୫୩ଜଣ, ଝାରସୁଗୁଡ଼ାରୁ ୧୧୮ଜଣ, କଳାହାଣ୍ଡିରୁ ୨୨୬ଜଣ, କନ୍ଧମାଳରୁ ୧୦୦ଜଣ, କେନ୍ଦ୍ରାପଡ଼ାରୁ ୧୩୪ଜଣ, କେନ୍ଦୁଝରରୁ ୧୨୬ଜଣ, ଖୋର୍ଦ୍ଧାରୁ ୨ହଜାର ୨୬୨ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ ୧୫୭ଜଣ, ମାଲକାନଗିରିରୁ ୫୮ଜଣ, ମୟୁରଭଞ୍ଜରୁ ୧୮୦ଜଣ, ନବରଙ୍ଗପୁରରୁ ୧୯୨ଜଣ, ନୟାଗଡ଼ରୁ ୨୧୬ଜଣ, ନୂଆପଡ଼ାରୁ ୧୯୯ଜଣ, ପୁରୀରୁ ୧୪୯ଜଣ, ରାୟଗଡ଼ାରୁ ୧୮୭ଜଣ, ସମ୍ବଲପୁରରୁ ୧୨୭ଜଣ, ସୋନପୁରରୁ ୮୯ଜଣ, ସୁନ୍ଦରଗଡ଼ରୁ ୯୩୨ଜଣ, ଷ୍ଟେଟ୍ ପୁଲରୁ ୪୬୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨୦୪୬୬୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୦୭୬୭ଜଣ ସୁସ୍ଥ ଅଛନ୍ତି । ଏବେ ସୁଦ୍ଧା ୮୫୩୨୦ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ବୋଲି ସୂଚନା ମିଳିଛି ।

Comments are closed.