ନାଗୌର: ରାଜସ୍ଥାନର ନାଗୌରରେ ପକ୍ଷୀ ପ୍ରେମୀଙ୍କ ମନ କିଣିବା ପରି କାର୍ଯ୍ୟ ହୋଇଛି । ପକ୍ଷୀମାନେ ରହିବା ପାଇଁ ୭ ମହଲାର ଘର ପ୍ରସ୍ତୁତ କରାଯାଇଛି । ପାଖାପାଖି ୩ ହଜାର ପକ୍ଷୀ ଏଠାରେ ସୁରକ୍ଷିତ ଭାବେ ରହିପାରିବେ । ସେମାନଙ୍କ ପାଇଁ ୨୪ ଘଂଟା ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି । ଚଂଚଳ ଦେବୀ ବାଲଚାନ୍ଦ ଲୁଣାୱତ ଟ୍ରଷ୍ଟ, ଆଜମେର ଦ୍ୱାରା ପୀହ ଗ୍ରାମରେ ଏହି ୬୫ ଫୁଟ ଉଚ୍ଚର ବାର୍ଡ ହାଉସ ନିର୍ମିତ କରାଯାଇଛି । ଏଥିରେ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ପିଲାମାନଙ୍କ ପାଇଁ ପାର୍କ, ବୟସ୍କଙ୍କ ପାଇଁ ପ୍ରାର୍ଥନା କକ୍ଷ ରହିଛି । ସେହିପରି ୪୦୦ରୁ ଊର୍ଦ୍ଧ୍ୱ ଗଛ ଏଠାରେ ଲଗାଯାଇଛି । ଜୈନ ସନ୍ଥ ରୂପ ମଣିଙ୍କ ପ୍ରେରଣାରେ ୧୮ରୁ ୨୦ ଯୁବକ ଏହି ଟାୱାର ପ୍ରସ୍ତୁତ କରିଥିଲେ । ଏଥିପାଇଁ ବିଭିନ୍ନ ମାଧ୍ୟମରେ ଆସୁଥିବା ଅର୍ଥକୁ ଫିକ୍ସଡ ଡିପୋଜିଟ କରାଯାଇଛି । ଏହାର ସୁଧରେ ପକ୍ଷୀମାନଙ୍କ ଆବଶ୍ୟକ କାର୍ଯ୍ୟ ପୂରଣ କରାଯାଇଛି । ବର୍ତମାନ ୫୦ ଲକ୍ଷ ଟଙ୍କା ଏହି ଏଫଡିରେ ରହିଛି ।
BREAKING NEWS
- ପୂର୍ବରୁ ଭାରତ ସହ ଟ୍ରେଡ ଡିଲ୍ କେହି କରୁନଥିଲେ କିନ୍ତୁ ଏବେ…
- ଏଫଆଇଏଚ ପ୍ରୋ ହକି ଲିଗ: ଭାରତୀୟ ଦଳରେ ଓଡିଶାର ୫ଜଣଙ୍କୁ ସୁଯୋଗ
- Blast In Coal Mine: କୋଇଲା ଖଣିରେ ବଡ଼ ବିସ୍ଫୋରଣ; ୧୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଅନେକ ଫସି…
- ବେନ ଷ୍ଟୋକ୍ସ ଗୁରୁତର ଆଘାତପ୍ରାପ୍ତ
- ଆଇଏଏସ ସ୍ତରରେ ଅଦଳବଦଳ
- ଆମ ସାଥୀ WhatsApp bot ବ୍ୟବସ୍ଥାର ଲୋକାର୍ପଣ; ଗୁରୁତ୍ବପୂର୍ଣ୍ଣ ରାଜସ୍ବ ସେବା ଉପଲବ୍ଧ ହେବ
- ଗମ୍ଭୀର କୋଚ ହେବା ପରେ ଡ୍ରେସିଂ ରୁମରେ କଣ ପରିବର୍ତନ ହୋଇଛି କହିଲେ ସୂର୍ଯ୍ୟକୁମାର
- ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆକ୍ରମଣ ଆଶଙ୍କା ଥିଲା; କାହିଁକି ଏଭଳି କହିଲେ ଓମ୍ ବିର୍ଲା…
- ଖୁଜଲି vs ଅବୋଧ ବାଳକ; ରାଜ୍ୟସଭାରେ ପରସ୍ପର ଉପରେ ବର୍ଷିଲେ ନଡ୍ଡା ଓ ଖର୍ଗେ
- Maoists Surrender: ଆତ୍ମସମର୍ପଣ କଲେ ୧୨ ସକ୍ରିୟ ମାଓବାଦୀ; ମୁଣ୍ଡରେ ଥିଲା ୪୬ ଲକ୍ଷ
Comments are closed.