Latest Odisha News

ହରିଶଙ୍କରରେ ବୁଲୁଛି ବାଘ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ପାଟଣାଗଡ଼: ମାତିଛି ବାଘ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପ୍ରସିଦ୍ଧ ହରିଶଙ୍କର ପୀଠ ଅଞ୍ଚଳରେ ସୋମବାର ରାତିରେ ଏକ କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି । କିଛି ଲୋକ ବାଘକୁ ଦେଖିଥିବା ପରେ ହରିଶଙ୍କର ବନ ବିଭାଗକୁ ସୂଚନା ଦେଇଥିଲେ ।

ଏ ସମ୍ପର୍କରେ ଖପ୍ରାଖୋଲ ରେଞ୍ଜର ଦାୟିତ୍ବରେ ଥିବା ପ୍ରଭାତୀ ସେଠ ବାଘର ଫଟୋ ପଠାଇବା ସହ ସୂଚନା ଦେଇଥିଲେ । ଅଞ୍ଚଳରେ କଲରାପତରିଆ ବାଘ ରହିଥିବା ଜଣାପଡ଼ିଛି ।  ହେଲେ ଜନବସତି ସ୍ଥାନକୁ କେବେ ଆସି ନଥିଲା ।

ହରିଶଙ୍କରର ନୂତନ ପାର୍କିଂ ସ୍ଥାନ ସଂଲଗ୍ନରେ ଦୋକାନୀମାନେ ନିଜ ନିଜ ପରିବାରକୁ ନେଇ ରହୁଥିବା ବେଳେ ସେଠାକାର ଲୋକଙ୍କ ସହ ନିକଟବର୍ତ୍ତୀ ଅଞ୍ଚଳରେ ଜନବସତିରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ।

Comments are closed.