Latest Odisha News

ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ବିହାରରେ ଟ୍ରେନରେ ନିଆଁ ଲଗାଇଦେଲେ ପରୀକ୍ଷାର୍ଥୀ

ବିହାର : ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଟ୍ରେନରେ ନିଆଁ ଲଗାଇଲେ ଶତାଧିକ ଛାତ୍ରଛାତ୍ରୀ । ରେଲୁୱେ ରିକ୍ରୁଇମେଣ୍ଟ ନନଟେକ୍ନିକାଲ ପପୁଲାର କାଟାଗୋରୀ ପରୀକ୍ଷା ଫଳରେ ଅନିୟମିତତା ଅଭିଯୋଗ କରି ବିହାରର ଗୟାଠାରେ ଟ୍ରେନରେ ନିଆଁ ଲଗାଇଦେଇଛନ୍ତି ପରୀକ୍ଷାର୍ଥୀ । ଛାତ୍ରଛାତ୍ରୀ ମାନେ ଟ୍ରେନକୁ ଭଙ୍ଗା ରୁଜା ମଧ୍ୟ କରିଛନ୍ତି ।

ପୋଲିସ ଓ ଛାତ୍ରଛାତ୍ରୀଙ୍କମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା । ଶେଷପେ ପୋଲିସ ଛାତ୍ରଛାତ୍ରୀ ମାନଙ୍କୁ ଲାଠିମାଡ କରିଥିଲେ । ସେପଟେ ରେଳବାଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛିା ଭଙ୍ଗାରୁଜା କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ରେଳବାଇ ନିୟୁକ୍ତିରୁ ବାରଣ କରାଯିବ । ନିଆଁ ଲଗାଇଥିବା କିଛି ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରି ଗିରଫ କରିଛି । ପୋଲିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କୁହାଯାଇଛି ।

Comments are closed.