Latest Odisha News

ଭାରତ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତନ କରିବା ପାଇଁ ବିସିସିଆଇକୁ ଅନୁରୋଧ କଲା ଏସଏଲସି

ନୂଆଦିଲ୍ଲୀ: ଭାରତ ଗସ୍ତ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତନ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ଅନୁରୋଧ କରିଛି । ଏହି ଗସ୍ତରେ ପ୍ରଥମ ୨ଟି ଟେଷ୍ଟ ମ୍ୟାଚ ଏବଂ ପରେ ଟି୨୦ ସିରିଜ ଖେଳା ଯାଇଥାନ୍ତା । ଶ୍ରୀଲଙ୍କା ବୋର୍ଡ ଟି୨୦ରୁ ସିରିଜ ଆରମ୍ଭ କରିବାକୁ ଚାହୁଁଛି । ଭାରତ ଗସ୍ତରେ ଆସିବା ପୂର୍ବରୁ ଅଷ୍ଟ୍ରେଲିଆ ସହ ଟି୨୦ ମ୍ୟାଚ ଖେଳିବ ଶ୍ରୀଲଙ୍କା । ସେଠାରୁ ବାୟୋବବଲରୁ ଖେଳାଳିମାନେ ସହଜରେ ଭାରତକୁ ଆସିପାରିବେ ଓ ଖେଳିପାରିବେ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି ।

ବିସିସିଆଇ ଏ ପର୍ଯ୍ୟନ୍ତ ଟେଷ୍ଟ ସିରିଜ ପାଇଁ ଭେନ୍ୟୁ ଚୂଡାନ୍ତ କରି ନ ଥିବାରୁ ଏଥିରେ ରାଜି ହୋଇପାରେ ବୋଲି ଅନୁମାନ କରାଯାଉଛି । ୩ଟି ଯାକ ଟି୨୦ ମୋହାଲୀ, ଧର୍ମଶାଳା ଓ ଲକ୍ଷ୍ନୌରେ ଖେଳାଯିବ ।

Comments are closed.