ଚଣ୍ଡୀଗଡ: ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ମନେଇବାରେ ପୁନର୍ବାର ବିଜେପି ବିଫଳ ହୋଇଛି । ବୁଧବାର ସାଂସଦ ପରଭେସ ବର୍ମା ବିଜେପି ଦ୍ୱାର ଜୟନ୍ତଙ୍କ ପାଇଁ ସବୁବେଳେ ଖୋଲା ରହିଛି ବୋଲି କହିଥିଲେ । ଆମେ ତାଙ୍କୁ ସ୍ୱାଗତ କରିବାକୁ ଚାହୁଁଛୁ, ସେ କିନ୍ତୁ ଭୁଲ ବାଟରେ ଯାଉଛନ୍ତି । ଏହାର ଜବାବରେ ଜୟନ୍ତ କହିଛନ୍ତି ୭୦୦ ମୃତ କୃଷକଙ୍କ ପରିବାର ନିକଟକୁ ବିଜେପି ନିମନ୍ତ୍ରଣ ପଠାଉ ।
ୟୁପି ନିର୍ବାଚନରେ ଜାଟମାନଙ୍କ ଭୋଟ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆରଏଲଡିକୁ ମନେଇବା ପାଇଁ ଦଳ ଚେଷ୍ଟା ଚଳାଇଛି । ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଏଥି ନିମନ୍ତେ ଉଦ୍ୟମ ଜାରୀ ରଖିଛନ୍ତି । ଆରଏଲଡି ଆଗାମୀ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସହିତ ମିଳିତ ଭାବେ ଲଢ଼ିବ ।
Comments are closed.