Latest Odisha News

BREAKING NEWS

ଘନେଇଇା ଋଷ-ୟୁକ୍ରେନ ବିବାଦ, ନାଟୋ ବାହିନୀ ପାଇଁ ଅସ୍ତ୍ରଶସ୍ତ୍ର ପଠାଇବାକୁ ବ୍ରିଟେନର ଘୋଷଣା

ଲଣ୍ଡନ : ଘନେଇଇା ୟୁକ୍ରେନ ପ୍ରସଙ୍ଗରେ ଯୁଦ୍ଧ । ନାଟୋ ବାହିନୀ ଲାଗି ଅସ୍ତ୍ରଶସ୍ତ୍ର, ଯୁଦ୍ଧଜାହାଜ ଓ ସୈନ୍ୟ ପଠାଇବା ଲାଗି ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଏସ୍ତୋନିଆକୁ ଏହି ସୈନ୍ୟବଳ ପଠାଯିବ । ନାଟୋ ବାହିନୀ ସହ ସର୍ବଦା ବ୍ରିଟେନ ରହିବ ବୋଲି କହିଛନ୍ତି ବୋରିସ ଜନସନ । ଆସନ୍ତା ସପ୍ତାହରେ ଜନସନ ୟୁକ୍ରେନର ବିବାଦୀୟ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ଭାବ୍ୟ ଯୁଦ୍ଧ ପାଇଁ ଏଚଏମଏସ ପ୍ରିନସ ଅଫ୍ ଓ୍ବେଲସ ଯୁଦ୍ଧ ଜାହାଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ନିର୍ଦ୍ଦେଶ ପାଇବା ମାତ୍ରେ ଏହାକୁ ମୁତୟନ କରାଯିବ ।

ଅନ୍ୟପଟେ ୟୁକ୍ରେନ ସୀମାରେ ମୁତୟନ ଥିବା ସୈନ୍ୟ ଛାଉଣି ପାଇଁ ରକ୍ତ ଓ ଅନ୍ୟ ଜରୁରୀ ମେଡିକାଲ ସାମଗ୍ରୀ ପଠାଇଛି ଋଷ । ଫେବ୍ରୁଆରୀରେ ଯୁଦ୍ଧ ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଋଷ ଏହି ପ୍ରସ୍ତୁତି ଆରମ୍ଭ କରିଛି । ୟୁକ୍ରେନ ସୀମାରେ ଲକ୍ଷାଧିକ ସୈନ୍ୟଙ୍କୁ ଋଷ ମୁତୟନ କରିଥିବା ବେଳେ, ଅଧିକ ଯୁଦ୍ଧାସ୍ତ୍ର ପଠାଯାଉଛି । ସେପଟେ ଖୁବ୍ କମ୍ ଦିନ ମଧ୍ୟରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବ ବୋଲି କହିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ । ୮ ବର୍ଷ ତଳେ ୟୁକ୍ରେନ ଅନ୍ତର୍ଗତ କ୍ରିମିଆକୁ ଋଷ କବଜା କରିବା ସହ ସେଠାରେ ଥିବା ବିଭିନ୍ନ ବିଚ୍ଛିନ୍ନତାବାଦୀ ଶକ୍ତିଙ୍କୁ ସମର୍ଥନ କରିଥିଲା । ସେହିପରି ଯଦି ୟୁକ୍ରେନ ଉପରେ ଋଷ ଆକ୍ରମଣ କରେ ତେବେ ଆମେରିକା ନୀରବ ରହିବ ନାହିଁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ କହିଛନ୍ତି ଜୋ ବିଡେନ ।

Comments are closed.