Latest Odisha News

BREAKING NEWS

ଅନ୍ତିମ ସଂସ୍କାର ପାଇଁ ବ୍ୟବହୃତ ପଦାର୍ଥ ବିଜ୍ଞାପନରେ ବି ବିକନୀ ପିନ୍ଧା ମଡେଲ !

ମସ୍କୋ: ରୁଷିଆର ଏକ କମ୍ପାନୀର ବିଜ୍ଞାପନ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଅବଶ୍ୟ ଏହାକୁ ଅଧିକାଂଶ ନାପସନ୍ଦ କରିଛନ୍ତି । ରୁଷିଆନ ମର୍ଚୁରୀ ସର୍ଭିସ (ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଏକ କମ୍ପାନୀ) ବିକନୀ ପିନ୍ଧିଥିବା ମହିଳା ମଡେଲ୍ସଙ୍କ ଫଟୋ ବିଜ୍ଞାପନ ପାଇଁ ବ୍ୟବହାର କରିଛି ।

ହୋରୋନିମ ଅଣ୍ଡରଟେକର୍ସର କେତେକ ମଡେଲ କଫିନ ଉପରେ ଶୋଇଥିବା ବେଳେ ଅନ୍ୟମାନଙ୍କୁ ଉତେଜକ ପୋଜ ଦେଉଥିବା ଦେଖିବାକୁ ମିଳିଛି । ସୋସିଆଲ ସାଇଟରେ କମ୍ପାନୀ ଟ୍ରୋଲ ହେବା ପରେ ଏ ନେଇ କେସ ମଧ୍ୟ ରୁଜୁ ହୋଇଥିଲା । ମାତ୍ର କୋର୍ଟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ।

Comments are closed.