Latest Odisha News

BREAKING NEWS

ଚଳିତ ବଜେଟରେ ଓଡିଶାକୁ ରେଳ ଅନୁଦାନ ମିଳିଲା କେତେ ?

ଭୁବନେଶ୍ୱର: ଚଳିତ ବର୍ଷ ବଜେଟ୍ରେ ଓଡ଼ିଶାକୁ ରେଳ ଅନୁଦାନ ନେଇ କେତେ ମିଳିଛି ତାର ସୂଚନା ମିଳିଛି । ଓଡ଼ିଶାକୁ କେତେ ମିଳିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।

ସୂଚନା ଅନୁସାରେ, ଖୋର୍ଦ୍ଧା ରୋଡ ବଲାଙ୍ଗିର ରେଳପଥ ପାଇଁ ୨୩୬.୧୧ କୋଟି ବ୍ୟୟବରାଦ ହୋଇଛି । ଅନୁଗୁଳ ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୭୫ କୋଟି । ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି । ତାଳଚେର ବିମଳାଗଡ଼ ପାଇଁ ୨୫୦ କୋଟି । ଜୟପୁର-ମାଲକାନାଗିରି ପାଇଁ ୧୧ କୋଟି, ଜୟପୁର-ନବରଙ୍ଗପୁର ପାଇଁ ୪୬ କୋଟି, ନବରଙ୍ଗପୁର-ଗୁଣୁପୁର ଗର୍ଜ କନଭର୍ସନ ପାଇଁ ୧୦ କୋଟି ଟଙ୍କା ଓ ତାଳଚେର-ଅନୁଗୁଳ ନୂଆ ଲାଇନ ପାଇଁ ୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ଲାଇନ ପାଇଁ ୩୧୭.୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେପଟେ କନ୍ଧମାଳକୁ ଟ୍ରନ୍ ଗଡିବାର ବାଟ ଖୋଲିଛି । ବଜେଟରେ କନ୍ଧମାଳକୁ ରେଳଲାଇନ ପାଇଁ ବ୍ୟବସ୍ଥା କରାଯାଇଛି ।

Comments are closed, but trackbacks and pingbacks are open.