Latest Odisha News

BREAKING NEWS

[ଭିଡ଼ିଓ] ହାସ୍ୟ ରସାତ୍ମକ ଲେଖାରେ ସାମାଜିକ ବିପ୍ଲବ

ପୁରୀ : ସେ ଜଣେ ବିପ୍ଲବୀ କବି । ମନରେ ଅନେକ ବୈପ୍ଲବିକ ଚିନ୍ତା ନେଇ ଲେଖନୀ ନିଃସୃତ ଅନେକ ଲେଖା ସାହିତ୍ୟ ପୃଷ୍ଠା ମଣ୍ଡନ କରୁଥିଲା । ଲେଖାର ଧାରା ବଜାୟ ରହିଲା ହେଲେ ବଦଳିଗଲା ଲେଖିବାର ମୋଡ । ହାସ୍ୟରସାତ୍ମକ ବ୍ୟଙ୍ଗ କବିତା ଯୋଗୁ ତାଙ୍କ ମିଳିଲା ନୂଆ ଏକ ପରିଚୟ । କବି ରତ୍ନାକର ବେହେରାରୁ ପାଲଟିଗଲେ ଶ୍ରୀମାନ୍ ସର୍ବଗିଳା ।

ବ୍ୟଙ୍ଗ କବିତା ଦୁନିଆରେ ବେଶ୍ ପରିଚିତ ନାଁଟିଏ । କବି ରତ୍ନାକର ୧୯୬୪ ମସିହା ଜୁନ୍ ୭ରେ ପୁରୀ କାକଟପୁର ବାଜପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ । ବାପା ସ୍ୱର୍ଗତ ବନମାଳୀ ବେହେରା ଓ ମାଆ ସ୍ୱର୍ଗତ ବୁଦ୍ଧି ଦେଇ। ପିଲା ବେଳରୁ ସାହତ୍ୟ ଭାଷା ପ୍ରତି ଥିଲା ତାଙ୍କର ଦଖଲ। ପିଲାବେଳରୁ ଆଶୁ କବି ଭାବେ ପରିଚିତ ହୋଇଥିଲେ।

ପାଠପଢା ସମୟରେ ବିଭିନ୍ନ କବିତା ପ୍ରତିଯୋଗୀତାରେ ଭାଗ ନେଇ ସମ୍ମାନୀତ ହୋଇଥିଲେ। ଏହା ପରେ ତାଙ୍କର ସଂସ୍କୃତ ପଣ୍ଡିତ ଅଶୋକ ପଣ୍ଡାଙ୍କ ପାଇଁ ପାଲଟିଗଲେ ଜଣେ ଆଗ ଧାଡ଼ିର କବି।

ବ୍ୟଙ୍ଗ କବି ଶ୍ରୀଯୁକ୍ତ ସତ୍ୟାନାଶଙ୍କ ସହ ଦେଖା ହେବା ପରେ ପରେ ସେ ବେଶ୍ ଅନୁପ୍ରାଣୀତ ହୋଇଥିଲେ। ତାଙ୍କ ଦ୍ୱାରା ୩ଟି ବ୍ୟଙ୍ଗ କବିତା ସଙ୍କଳନ ଲଙ୍କା ଚଟଣୀ, ଇସ୍ପାତ ମୁହଁ ଓ ଗୁମର କଥା । ତା ସହିତ ବୋଲୁଅ ମାଡ’ ସହ ଗୋବର ଗଣେଶ’ ଦୁଇ ଦୁଇଟି ରମ୍ୟ ରଚନା।

କବିତା ସହ କିଛି ହାସ୍ୟରସାତ୍ମକ ନାଟକ ମଧ୍ୟ ସେ ରଚନା କରିଛନ୍ତି। କବି ରତ୍ନାକରଙ୍କ ସାହିତ୍ୟ ସାଧନା ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବ୍ୟଙ୍ଗ ସାହିତ୍ୟିକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି କବି ।

୨୦୧୯ମସିହାରେ ସେ ରାଜ୍ୟସ୍ତରୀୟ ବ୍ୟଙ୍ଗ କବି ସମ୍ମାନ ଲାଭ କରିଥିବା ବେଳେ ୨୦୨୦ମସିହାରେ ଫକୀରମୋହନ ହାସ୍ୟବ୍ୟଙ୍ଗ ସମ୍ମାନ ଲାଭ କରିଥିଲେ । ସାହିତ୍ୟ ପୃଷ୍ଠାରେ ନିଜ ଲେଖନୀର ଛାପ ରଖୁଥିବା ଏହି କବି ଜଣକ ବାସ୍ତବ ଜୀବନରେ ବେଶ୍ ସରଳ ମଣିଷଟିଏ। ଲେଖା ମାଧ୍ୟମରେ ସମାଜରେ ପରିବର୍ତ୍ତନ ପାଇଁ ସର୍ବଦା ଚେଷ୍ଟିତ। ତାଙ୍କ ମୁହଁରେ ସବୁବେଳେ ଗୋଟିଏ କଥା।

ଶୋଷଣ ବିହୀନ ଦୁର୍ନୀତିମୁକ୍ତ କର୍ମଠ ଯୁବଗୋଷ୍ଠୀ ଯେବେ ଜନସେବାରେ ନିୟୋଜିତ ହେବେ। ତେବେ ଆମ ସମାଜରେ ପରିବର୍ତ୍ତନ ଘଟିବ ।

Comments are closed.