Latest Odisha News

BREAKING NEWS

ଓବିସିଙ୍କୁ ପ୍ରତାରଣା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର : ଓବିସିଙ୍କୁ ପ୍ରତାରଣା କରିଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ।ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅପାରଗତା ଇଚ୍ଛା ଶକ୍ତିର ଅଭାବ ଓବିସି ମାନଙ୍କ ପ୍ରତି ହୋଇଥିବା ଚଞ୍ଚକତା ପାଇଁ ରାଜ୍ୟରେ  ଓବିସି ତାଙ୍କର ସାମ୍ବିଧାନିକ ପ୍ରଦତ୍ତ ଅଧିକାର ହରାଇଛନ୍ତି ବୋଲି କଂଗ୍ରେସ ସିଧା ସଳଖ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷୀଛନ୍ତି । ଉଚ୍ଚ ନାୟାଳୟ ସଂରକ୍ଷଣ ପ୍ରତିଶତରୁ ଅଧିକ ହୋଇପାରିବ ନାହଁବୋଲି କହିବା ପରେ ରାଜ୍ୟସରକାର ନିଜ ଉପରୁ ଦୋଷ ଛଡାଇବା ଆଳରେ ୨୦୧୭ ମସିହାରୁ ଉଚ୍ଚ ନୟାଳୟ ଙ୍କ ରାୟ ବିରୁଦ୍ଧରେ ସୁପ୍ରିମ କୋର୍ଟ ରେ ଏକ SLP କରି ଚୁପ ବସିପଡିଛନ୍ତି।

ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ସରକାରଙ୍କର ଓବିସି ମାନଙ୍କ ପ୍ରତି କେତେ ଦରଦ। ଅନୁରୂପ ଭାବରେ କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ହୋଇଥିବା ସାମାଜିକ ଅର୍ଥନୈତିକ ପଛୁଆ ଶ୍ରେଣୀ ଜନଗଣନା କୁ ବିଜେପି ନେତୁତ୍ୱାଧୀନ କେନ୍ଦ୍ର ସରକାର ଲାଗୁ କରୁନାହାନ୍ତି କି ନିଜେ ସାମାଜିକ ଅର୍ଥନୈତିକ ପଛୁଆ ଶ୍ରେଣୀର ସେନସସ୍ କରାଉନାହାନ୍ତି ବୋଲି କହିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓବିସିଙ୍କ ସହିତ ଚଞ୍ଚକତା କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି।

ତାମିଲନାଡୁ ରେ ବିଧାନସଭା ର ସ୍ୱତନ୍ତ୍ର ଅଧିବେଶନ ଡକାଇ ବିଧେୟକ ପାରିତ କରି ଦଳଗତ ନିବିଶେଷରେ ରାଷ୍ଟ୍ରପତି ଙ୍କୁ ଭେଟି ଏବେ ତାମିଲନାଡୁ ସମସ୍ତ କ୍ଷେତ୍ରରେ ୬୯ ପ୍ରତିଶତ ସଂରକ୍ଷଣ ପାଉଛନ୍ତି ତାହା ୨୨ ବର୍ଷ ଶାସନ ମଧ୍ୟରେ ନକରିବା ଓବିସି ମାନଙ୍କ ପାଇଁ ସରକାର ଙ୍କ କେତେ ଦରଦ ତାହା ଜଳ ଜଳ ହୋଇ ଜଣାପଡୁଛି ବୋଲି ଶ୍ରୀ ମିଶ୍ର କହିବା ସହିତ ଓବିସି ଅଧିକାର ସୁରକ୍ଷା ପାଇଁ କଂଗ୍ରେସ ଆଇନଗତ ଲଢେଇ ଜାରି ରଖିଛି ଏବଂ ଓବିସି ବର୍ଗ ତାଙ୍କ ଅଧିକାର ପାଇବା ପର୍ଯ୍ୟନ୍ତ ଲଢେଇ ଜାରିରଖିବ ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମିଳନୀ ରେ ଶ୍ରୀ କହିଛନ୍ତି।ଏହି ସାମ୍ବାଦିକ ସମିଳନୀ ରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

 

Comments are closed.