Latest Odisha News

ଆଜି ଟେଡ୍ଡି ଡେ’ : ଟେଡ୍ଡି ଦେଇ ସାଥୀଙ୍କୁ କୁହନ୍ତୁ ନିଜ ମନର କଥା

ଭୁବନେଶ୍ୱର : ପ୍ରେମୀ ଯୁଗଳଙ୍କ ପାଇଁ ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍‌ ଉଇକ୍ । ପ୍ରେମ ସପ୍ତାହର ଚତୁର୍ଥ ଦିନ ଆଜି ହେଉଛି ଟେଡ୍ଡି ଡେ’ । ପ୍ରତ୍ୟେକ ପ୍ରେମୀ ଯୁଗଳ ବା ପରପ୍ପର ପରସ୍ପରକୁ ଭଲ ପାଉଥିବା ମଣିଷ ଆଜି ଟେଡ୍ଡି ଦିଆନିଆ ହୋଇଥାନ୍ତି ।ପ୍ରେମ ମଜବୁତ କରିବା ପାଇଂ ଟେଡ୍ଡି ଡେ’ ରେ ଟେଡ୍ଡି ମାଧ୍ୟମ ପାଲଟିଥାଏ । ଟେଡ୍ଡି ଦେଇ ଭଲ ପାଇବାର ସମ୍ପର୍କକୁ ଆହୁରି ଗାଢ କରନ୍ତି ପ୍ରେମୀ ଯୁଗଳ ।

ପ୍ରେମ ସପ୍ତାହ ଗୋଲାପ ଦିନରୁ ଆରମ୍ଭ ହୁଏ । ସେହିପରି ଦ୍ୱିତୀୟ ଦିନ ଚକୋଲେଟ ଖୁଆଇ ମୁହଁ ମିଠା କରାଯାଏ ।ହେଲେ ଆଜି ସବୁଠୁ ନିଆରା ଦିନ ।ଆଜି ଟେଡ୍ଡି ଡେ ଭାବେ ପାଳନ କରାଯାଏ । ଏହି ଡେ’ ପାଶ୍ଚାତ୍ୟ ସଂସ୍କୃତିର ଅଂଶ ହେଲେ ବି ଆମ ଭାରତୀୟ ମାନେ ଏହି ଡେ ସବୁକୁ ବହୁ ଖୁସିରେ ପାଳିଥାଉ । ଖାସ କରି ଏହି ଡେ’ ବା ଟେଡ୍ଡି ଝିଅ ମାନଙ୍କ ଖୁବ୍ ପସନ୍ଦ ।

ହେଲେ ଏବେ ଯୁବ ପିଢୀ ଠାରୁ ଆରମ୍ଭ କରି ବୟସ୍କ ପ୍ରାୟ ସମସ୍ତେ ଏହି ଡେ’ ରେ ସାମିଲ ହେଉଛନ୍ତି । ଖାଲି ପ୍ରେମିକି ପ୍ରିମିକା ମାନେ ନୁହେଁ ପରିବାରର ଅନ୍ୟ ସଦସ୍ୟ କୁନି କୁନି ପିଲାମାନେ ମଧ୍ୟ ଏହି ଟେଡ୍ଡି ଡେ’ ପାଳନ କରୁଛନ୍ତି । କରୋନା କଟକଣା ଥିଲେ ମଧ୍ୟ ସମସ୍ତ ପ୍ରେମି ଯୁଗଳ ସପିଂ ମଲ ଯାଇ ନିଜ ମନର ମଣିଷ ପାଇଁ ଟେଡ୍ଡି କିଣି ଆଣି ଆଜି ଗିଫ୍ଟ କରନ୍ତି ।

ସେପଟେ ବଜରଙ୍ଗୀ ଦଳ ଓ ଅନେକ ଅଭିଭାବକ ମାନେ ମଧ୍ୟ ଏହି ଭାଲେନଟାଇନ ସପ୍ତାହକୁ ବିରୋଧ କରୁଥିବା ବେଳେ ।ଆମେ ସମାଜରେ କିନ୍ତୁ ଯୁବପିଢୀ ଏସବୁ ଡେ’ ସେଲିବ୍ରେସନ କରିବାକୁ କେବେବି ଭୁଲନ୍ତିନି । ସେପଟେ କଥାରେ ଅଛି ଟେଡ୍ଡି ଯେତେଦିନ ଯାଏଁ ତୁମ ପାଖରେ ରହିବ ସେତେଦିନ ଯାଏଁ ସମ୍ପର୍କ ଅକ୍ଷୁର୍ଣ୍ଣ ରହିବ ।

Comments are closed.