କଟକ : ଆହୁରି ଜଟିଳ ରୂପ ନେଲା ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ ମାମଲା । ଉଭୟଙ୍କ ବିବାଦ କୋର୍ଟରେ ଥିବା ବେଳେ, ଏବେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତିଙ୍କ ବିରୋଧରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । କଟକ ପୁରୀ ଘାଟ ଥାନାରେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ବିରୋଧରେ ଏତଲା ଦେଇଛନ୍ତି ବର୍ଷା । ବାରମ୍ବାର ଜାଗ୍ରତି ସମ୍ମାନହାନି କରୁଥିବା ନେଇ ଏତଲାରେ ଦର୍ଶାଇଛନ୍ତି ବର୍ଷା ।
ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା କୋର୍ଟରେ ବିଚାରାଧୀନ ରହିଛି । ସ୍ପାଉସ୍ କାର୍ଡ ପ୍ରତ୍ୟାହାର ମାମଲାରେ ଗତ ସୋମବାର ଓଡିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ । ସ୍ପାଉସ୍ କାର୍ଡ ପ୍ରତ୍ୟାହାର ଉପରେ ରହିତାଦେଶ ଦେଇଥିଲେ ମାନ୍ୟବର କୋର୍ଟ । ଏଥିସହ ଜବାବ ରଖିବାକୁ ସଂସଦ ମହାସଚିବ, ଉପନିର୍ଦ୍ଦେଶକ ଓ ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ୍ ଜାରି କରିଥିଲେ ।
ଉଭୟଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଜଟିଳ ରୂପ ନେଉଥିବା ବେଳେ, ସେସିଆଲ ମିଡିଆରେ ବାରମ୍ବାର ସମ୍ମାନହଳନୀ ଭଳି ମନ୍ତବ୍ୟ ଦେଉଛନ୍ତି ଜାଗ୍ରତି । ଯାହାକୁ ନେଇ ବର୍ଷା ତାଙ୍କ ନାଁରେ ଆଜି ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି ।
Comments are closed.