Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ହେଲେ ନୂଆ ୩ ବିଚାରପତି

ଭୁବନେଶ୍ୱର: ଆଜି ଓଡ଼ିଶା ହାଇକୋର୍ଟରେ ଆଉ ୩ଜଣ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ଏହି ନୂଆ ୩ଜଣ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।

କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ସମ୍ବିଧାନର ଧାରା ୨୧୭(୧)ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ହାଇକୋର୍ଟରେ ୩ ଜଣ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରିଚନ୍ତି। ସେମାନେ ହେଲେ- ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀ ରମଣ।

Comments are closed, but trackbacks and pingbacks are open.