Latest Odisha News

ପରିବାର ଲୋକେ ସ୍କୁଲ ଯିବାକୁ ବାଧ୍ୟ କରିବା ହେଲା କାଳ, ବିଷ ପିଇଦେଲେ ଦଶମ ଶ୍ରେଣୀ ଛାତ୍ରୀ

ମାଲକାନଗିରି :ସ୍କୁଲ ଯିବାକୁ ବାଧ୍ୟ କରିବା ହେଲା କାଳ । ପରିବାର ଲୋକ ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀ ବିଷପିଇ ଆତ୍ମହତ୍ୟା କରିଛନ୍ତି । ମାଲକାନଗିରି ଜିଲ୍ଲା ଭୀମାରାଙ୍ଗୀନ ଗାଁରେ ଏପରି ଦୁଃଖ ଦାୟକ ଘଟଣା ଘଟିଛି । ଛାତ୍ରୀ ଜଣଙ୍କ ସତୀଗୁଡ଼ା ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବା ପରେ ୭ ତାରିଖ ଦିନ ଅଷ୍ଟମ କ୍ଲାସରୁ ଉପକୁ ସମସ୍ତ ଶ୍ରେଣି ଖୋଲିଥିଲା ।

ଗାଁ ର ସମସ୍ତ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଯାଇଥିଲେ । ହେଲେ ଝିଅର ବାପା ମହେନ୍ଦ୍ର ଝିଅକୁ ସ୍କୁଲ ଯିବା ପାଇଁ ବାଧ୍ୟ କରିଥିଲେ । ଝିଅର ଆଗ୍ରହ ନଥିଲା ହେଲେ ପରିବାର ଲୋକେ ବାଧ୍ୟ କରିବାକୁ ଛାତ୍ରୀ  ବିଷ ପିଇଦେଇଥିଲା ।ପରିବାର ଲୋକେ ଝିଅକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଇଥିଲେ ।ହେଲେ ଡାକ୍ତର ସେଠାରେ ଝିଅକୁ ମୃତ ଘୋଷଣା କରିଥିଲେ । ହେଲେ ଏହି ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

Comments are closed.