Latest Odisha News

BREAKING NEWS

ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ

ଓ୍ବାସିଙ୍ଗଟନ୍ : ଦିନକୁ ଦିନ ତୀବ୍ର ହେଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ଏନେଇ ସତର୍କ କରିଛି ଆମେରିକା । ଏହାସହ ଯେତେଶୀଘ୍ର ୟୁକ୍ରେନ୍ ଛାଡିବାକୁ ଆମେରିକୀୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହ୍ବାଇଟ୍ ହାଉସ ଜାତୀୟ ନିରାପତ୍ତା ପରାମର୍ଶଦାତା ଜେକ୍ ସୁଲିଭାନ । ୟୁକ୍ରେନ୍ ଉପରେ ଋଷ ସିରିଜ ବୋମାମାଡ ଓ କ୍ଷେପଣାସ୍ତ୍ର ମାଡ଼ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଏହି ଆକ୍ରମଣ ସମ୍ପୂର୍ଣ୍ଣ ଅତି ଭୟଙ୍କର ହେବ ବୋଲି କହିଛନ୍ତି ଆମେରିକା । ଆକ୍ରମଣରେ ଅନେକ ଲୋକ ମୃତାହତ ହେବାର ଆଶଙ୍କା ଥିବାରୁ ଦେଶ ଛାଡିବା ଲାଗି ଡେଡଲାଇନ ଦେଇଛି ଆମେରିକା । ଯୁଦ୍ଧରୁ ଦୂରେଇ ରହିବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଶେଷ ଅନୁରୋଧ କରିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ । ସେପଟେ ୟୁକ୍ରେନରୁ ଅନେକ ଦେଶର ଦୂତାବାସ କର୍ମଚାରୀ ପଳାୟନ କରିବା ଆରମ୍ଭ କରିଛନ୍ତି । ତୈଳ ଦର ଯଥେଷ୍ଟ ବଢିଥିବା ବେଳେ ଷ୍ଟକ ମାର୍କେଟ ଭୁଶୁଡିବାରେ ଲାଗିଛି । ସମ୍ଭାବ୍ୟ ଯୁଦ୍ଧର ମୁକାବିଲା ଲାଗି ୟୁରୋପର ବିଭିନ୍ନ ରାଷ୍ଟ୍ରରେ ୮୦ ହଜାରରୁ ଅଧିକ ମାର୍କିନ ସୈନ୍ୟଙ୍କୁ ମୁତୟନ କରାଯାଇଛି । ଅନ୍ୟପଟେ ଋଷର ମୁକାବିଲା କରିବା ଲାଗି ୟୁକ୍ରେନ୍ ପକ୍ଷରୁ ସମରାଭ୍ୟାସକୁ ଜୋରଦାର କରାଯାଇଛି ।

Comments are closed, but trackbacks and pingbacks are open.