ରାୟଗଡା : ଠିକା ସଂସ୍ଥା କ୍ୟାମ୍ପରେ ଟ୍ରକ ପୋଡ଼ିବା, ମାଓ ବ୍ୟାନର ଓ ପୋଷ୍ଟର ଲଗାଇବା ଅଭିଯୋଗର ୫ ଗିରଫ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଗତ ଜାନୁଆରୀ ୨୧ ତାରିଖରେ ସଦର ତହସିଲ ଅଫିସ ଫାଟକ, ବୁଡ଼ାଗୁଡ଼ା ଠାରେ ଥିବା ରାସ୍ତା ନିର୍ମାଣ କରିଥିବା ଠିକା ସଂସ୍ଥାର ଟ୍ରକ ଓ ଟ୍ରଲି ପୋଡ଼ି ଦେବା ଘଟଣାର ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଶେଷଖାଲ ଥାନା ଅନ୍ତର୍ଗତ ହାଣ୍ଡିପଡୁ ଗ୍ରାମର ଗୋପାଳ ମଣ୍ଡିଆ, କାଶୀପୁର କଞ୍ଜାଙ୍ଗମଣ୍ଡି ଗ୍ରାମର ବଲି ମାଝୀ, ଟିକିରି ଥାନା ରାମପୁର ଗ୍ରାମର ସୀମାଞ୍ଚଳ ମାଝୀ, ସନ୍ତୋଷ ରାୟ, ଦୁଡୁକାବହାଲ ଗ୍ରାମର ଜୟନ୍ତ ନାଏକ । ଏହି ୫ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ରାୟଗଡ଼ା ଏସଡିପିଓ ଦେବଜତୀ ଦାସ, ଥାନା ଅଧିକାରୀ ସୁକୁମା ହାଁସଦା ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
BREAKING NEWS
- Revanth Reddy’s Remarks: ‘ଶିବ ଗରିବଙ୍କ ଭଗବାନ, ରାମ ଧନୀଙ୍କ’! ମୁଖ୍ୟମନ୍ତ୍ରୀଙ୍କ ଏମିତି ମନ୍ତବ୍ୟକୁ ନେଇ ବିବାଦ, ବିଜେପିର ପାଲଟା ଜବାବ
- FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ନାଁ
- CEC ଜ୍ଞାନେଶ କୁମାରଙ୍କୁ ନିଲମ୍ବନ ପାଇଁ ଆବେଦନ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି
- ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ
- Odisha Textbook Scam: ୧୭୫ କୋଟିର ବହି, ୧୭୪୧ ତ୍ରୁଟି; ପାଠ୍ୟପୁସ୍ତକ ବିବାଦରେ PMO ହସ୍ତକ୍ଷେପ, ମୋହନ ସରକାରଙ୍କୁ ଜବାବ ତଲବ
- ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍, ୫.୧୫ ଲକ୍ଷ ଜବତ କଲା ଭିଜିଲାନ୍ସ
- ଜନସେବା କେନ୍ଦ୍ର ମାଲିକଙ୍କୁ ହତ୍ୟା ଅଭିଯୋଗ
- Odisha CAG Expose: ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳମାଳ ଅନିୟମିତତା; ୬୪୦ କୋଟି ଜରିମାନା ଆଦାୟ ହୋଇନି, DMF ଟଙ୍କାରେ ହକି ଷ୍ଟାଡିୟମ!
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ; ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ରେଡ୍
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ

Comments are closed.