Latest Odisha News

BREAKING NEWS

ପ୍ରମିଳାଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିବାକୁ ବାରଣ କଲା ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର: ପ୍ରଚାର କରି ପାରିବେ ନାହିଁ ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ । ରାଜ୍ୟ ନିର୍ବାଚନ କମିସନ ଲଗାଇଲେ କଟକଣା । ନିର୍ବାଚନ ବିଧି ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିବାକୁ ବାରଣ କରାଯାଇଛି । ଫଳରେ ୪୮ ଘଣ୍ଟା ପାଇଁ ପ୍ରମିଳା କୌଣସି ସ୍ଥାନରେ ପ୍ରଚାର କରିପାରିବେ ନାହିଁ । ଫେବ୍ରୁଆରୀ ୧୪ ଅର୍ଥାତ ସୋମବାର ପୂର୍ବାହ୍ନ ୧୦ଟାରୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ କିମ୍ବା ମିଡ଼ିଆକୁ ଆସିପାରିବେ ନାହିଁ। ସୋସିଆଲ ମିଡିଆରେ ବି କୌଣସି ପୋଷ୍ଟ କରିପାରିବେ ନାହିଁ।

Comments are closed, but trackbacks and pingbacks are open.