Latest Odisha News

BREAKING NEWS

ଏନଏସଏ ଅଜିତ ଡୋଭାଲଙ୍କ ଘରେ ପଶିବାକୁ ଉଦ୍ୟମ କରି ଜଣେ ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଘରେ ପଶିବାକୁ ଉଦ୍ୟମ କରି ଜଣେ ଜଣେ ବ୍ୟକ୍ତି ଗିରଫ ହୋଇଛି । ସବୁଠାରୁ କଡା ସୁରକ୍ଷା ବଳୟକୁ ସେ କାହିଁକି ଭଙ୍ଗ କରିବାକୁ ଉଦ୍ୟମ କରିଥିଲା ତାହା ବର୍ତମାନ ଚିନ୍ତାର କାରଣ ସାଜିଛି । ଗିରଫ ବ୍ୟକ୍ତି ଜଣଙ୍କ କହିଛନ୍ତି, ମୋ ଶରୀରରେ ଚିପ ଲାଗିଛି ଏବଂ ରିମୋଟରେ ମୋତେ ଅପରେଟିଂ କରାଯାଉଥିଲା  । କର୍ଣ୍ଣାଟକ ଏହି ବ୍ୟକ୍ତି ଭଡା କାରରେ ଏଠାରେ ପଂହଚିଥିଲେ ।

ବ୍ୟକ୍ତିଜଣଙ୍କର ମାନସିକ ଅବସ୍ଥା ଠିକ ନାହିଁ ବୋଲି ପୋଲିସ ସନ୍ଦେହ କରିଛି । ଦିଲ୍ଲୀର ସ୍ପେଶାଲ ପୋଲିସ ଟିମ ଏହା ଏକ ସାଧାରଣ ଘଟଣା ନା ସୁଚିନ୍ତିତ ଷଡଯନ୍ତ୍ର ଥିଲା ତାର ତଦନ୍ତ ଆରମ୍ଭ କରିଛି । ବାଲାକୋଟର ଆତଙ୍କବାଦୀଙ୍କ ଉପରେ ଆକ୍ରମଣଠାରୁ ଆରମ୍ଭ କରି ବ୍ଲୁ ଷ୍ଟାର ଓ ବ୍ଲୁ ଥଣ୍ଡର ଅପରେଶନରେ ଡୋଭାଲ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Comments are closed.