Latest Odisha News

BREAKING NEWS

ଫରେଷ୍ଟ ଗାର୍ଡଙ୍କ ସାହସକୁ ସଲାମ, ଜୀବନକୁ ବାଜି ଲଗାଇ ଦନ୍ତା ସହ ମୁହାଁମୁହିଁ

ସମ୍ବଲପୁର : ଫରେଷ୍ଟ ଗାର୍ଡଙ୍କ ଦୁଃସାହସ। ଗାଁର ଲୋକଙ୍କୁ ରକ୍ଷା କରିବାକୁ ଯାଇ ଦନ୍ତା ସହିତ ମୁହାଁମୁହିଁ। ନିଜ ଜୀବନକୁ ବାଜି ଲଗାଇ ହାତରେ ମଶାଲ ଧରି ଜଙ୍ଗଲୀ ଦନ୍ତା ସହିତ ମୁକାବିଲା କରୁଛନ୍ତି ଫରେଷ୍ଟ ଗାର୍ଡ ଜଣକ। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।ଫରେଷ୍ଟ ଗାର୍ଡ଼ ଜଣକ ହେଉଛନ୍ତି ଚିତ୍ତରଞ୍ଜନ ମିରି। ରେଢାଖୋଲ ବନଖଣ୍ଡରେ ଏହି ଜଙ୍ଗଲୀ ହାତୀ ଉପଦ୍ରବ ରୋକିବାକୁ ପହଂଚି ଯାଇଥିଲେ ଚିତ୍ତରଂଜନ। ଚଡ଼ଚଡ଼ି ଓ ଅଙ୍ଗାବିରା ଗାଁ ମଝିରେ କିଛି ଦିନ ହେଲା ଏହି ଦନ୍ତା ହାତୀ ଉପଦ୍ରବ ଚଳାଇଥିଲା। ଗାଁର ଲୋକଙ୍କୁ ଏହି ଦନ୍ତା ହାତୀ ଉପଦ୍ରବରୁ ରକ୍ଷା କରିବାକୁ ଚିତ୍ତ ଏକ ମଶାଲ ଜାଳି ହାତୀ ଘଉଡାଇବାକୁ ଅପରେସନ ଆରମ୍ଭ କରିଥିଲେ।ହାତୀ ଘଉଡାଇବା ଉଦ୍ୟମ କଲାବେଳେ ହାତୀଟି ପାଲଟା ଆକ୍ରମଣ କରିଥିଲା। ଉପସ୍ଥିତ ସମେସ୍ତ ସ୍ଥାନ ଛାଡି ଚାଲିଯାଇଥିବା ବେଳେ ଚିତ୍ତ ସେଠାରେ ସାହସର ସହିତ ହାତୀର ମୁକାବିଲା କରିଥିଲେ। ଚିତ୍ତ ମଶାଲ ଜଳାଇ ହାତୀକୁ ପାଲଟା ଭୟଭୀତ କରାଇ ଘଉଡାଇବାକୁ ଉଦ୍ୟମ କରିଥିଲେ। ଆଉ ଶେଷରେ ହାତୀଟିକୁ ଜାଷ ଜମିରୁୁ ଘଉଡାଇବାରେ ସକ୍ଷମ ହୋଇଥିଲେ। ଦନ୍ତା ହାତୀ ଜଙ୍ଗଲକୁ ଫେରିଯାଇଥିଲା ଆଉ ଗାଁର ଲୋକମାନେ ଆଶ୍ୱସ୍ତ ହୋଇଛନ୍ତି।

ଫରେଷ୍ଟ ଗାର୍ଡଙ୍କର ଏହି ସାହସିକତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

Comments are closed, but trackbacks and pingbacks are open.