Latest Odisha News

ୟୁକ୍ରେନର ରାଜଧାନୀକୁ ଋଷିଆ ସେନାର ଟାର୍ଗେଟ

ଭୁବନେଶ୍ୱର: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟେ ଦିନ ବିତିଯାଇଥିବା ବେଳେ ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିବରେ ଶୁଣିବାକୁ ମିଳିଛି ବିସ୍ଫାରଣର ଭୟଙ୍କର ଶବ୍ଦ ।

ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ କିଭର ମଧ୍ୟଭାଗରେ ୨ଟି ବିସ୍ଫାରଣ ଓ ପୂର୍ବଭାଗରେ ଗୋଟିଏ ବିସ୍ଫୋରଣ ନେଇ ସୂଚନା ରହିଛି । ୟୁକ୍ରେନର ପୂର୍ବ ଗୃହମନ୍ତ୍ରୀ ଆନ୍ତୋନ୍ ହାରାସେ ଚେନଙ୍କୋ ଏହି ବିସ୍ଫୋରଣ ଶୁଣିଥିବା ଦାବି କରିଛନ୍ତି । କ୍ରୁଜ ଓ ବାଲେଷ୍ଟ୍ରିକ୍ ମିସାଇଲର ବ୍ୟବହାର କରାଯାଇଛି । ହେଲେ ଏନେଇ ୟୁକ୍ରେନ ସେନା ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ସୂଚନା ମିଳିନାହିଁ ।

Comments are closed.