ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୩୮
ବର୍ଣ ସହିତ ବର୍ଣ ଯୋଡ଼ି
ସଂଧିଜ ବର୍ଣ ହୁଏ ଗଢ଼ି
ମାତ୍ରାକ୍ଷର ଓ ଫଳାକ୍ଷର
ଭାଷାରେ ଅଛି ଭରପୂର
ବର୍ଣସଂଧି ଓ ଶବ୍ଦସଂଧି
ହେତୁ ଅକ୍ଷର ହୁଏ ବାଂଧି
ନୁହେ ତା ବାଧ୍ୟତାମୂଳକ
ବୁଝଂତୁ ପାଠକ ଲେଖକ
ଉଦ୍ବେଗ ଅଥବା ଉଦ୍ବେଗ
ଉଭୟ ଲିଖନ ସୁଯୋଗ
ଭାଷାରେ ଅଛି ବିଦ୍ୟମାନ
ବାଛଂତୁ ଭାଷାଭାଷୀଗଣ
ସଂସ୍କୃତ ସଂଶ୍ଳେଷଣାତ୍ମକ
ଓଡ଼ିଆ ବିଶ୍ଳେଷଣାତ୍ମକ
ଭାଷାର ମୌଳିକ ପାର୍ଥକ୍ଯ
ଶୀଘ୍ର ବୁଝଂତୁ ଆମ ଲୋକ
‘ଖଟା ଓ ଆଂବ’ କୁ ‘ଖଟାଂବ ‘
କରିବା ଭଳିଆ ସ୍ବଭାବ
ଭାଷାରେ ନ ଥିଲା କି ନାହିଁ
ଅଯଥା ଚିଂତିତ କିପାଇଁ ?
‘ଅଦ୍ଭୁତ’ ଅଥବା ‘ଅଦ୍ଭୁତ’
ଉଭୟ ରୂପ ପ୍ରଚଳିତ
‘ସଦ୍ଭାବ’ ହୋଇଲେ ‘ସଦ୍ଭାବ’
ବଢ଼େ କି କମେନି ପ୍ରଭାବ
‘ହୃଦ୍ରୋଗ’ ନହେଲେ ‘ହୃଦ୍ରୋଗ’
ଲେଖିବା ନିମଂତେ ସୁଯୋଗ
ରହିଛି ସର୍ବଦା ଭାଷାରେ
ଲେଖିବା କେଉଁ ପ୍ରକାରରେ ?
‘ଗୁରୁଆଦେଶ’ ‘ଗୁର୍ବାଦେଶ’
‘ନୀଳଆକାଶ’ ‘ନୀଳାକାଶ’
କେଉଁଟି ଲେଖିଲେ ଏ ଭାଷା
ହୋଇବ ସୁବୋଧ୍ୟ ସରସା ?
ତାହା ବ୍ୟକ୍ତିର ଇଚ୍ଛାଧୀନ
ନ ଥାଇ ବ୍ୟାକରଣ ଜ୍ଞାନ
ସେପରି କଥନ ଲିଖନ
ଲୋକେ କରଂତି ପ୍ରତିକ୍ଷଣ
‘ଅଗ୍ନିଉତ୍ସବ’ ‘ଅଗ୍ନ୍ୟୁତ୍ସବ’
‘ଜନ୍ମଉତ୍ସବ’ ‘ଜନ୍ମୋତ୍ସବ’
ଯାହା ଲେଖିଲେ ସମଭାବ
କେଉଁଟି ସ୍ବାଭାବିକ ହେବ?
ସଂଧିସଂଜାତ ସଂଶ୍ଳେଷଣ
ଭାଷାରେ ନୁହେ ସାଧାରଣ
ଲୋକଂକ କଥନ ଲିଖନ
ସରଳତାରେ ପରିପୂର୍ଣ
ନିଜର ଅଭ୍ୟାସ ଆଦରି
ଲୋକଭାଷାକୁ ହେୟ କରି
ଯେ କରେ ଲୋକଂକୁ ବାରଣ
ପଂଡିତ ରୂପେ ହୁଏ ଗଣ୍ୟ
ଛାଡ଼ିଲେ ଏହି ଭ୍ରାଂତ ପ୍ରଥା
ରହିଲେ ଲୋକ ସ୍ବାୟତ୍ତତା
ସୁଧୁରିଯିବ ଅବ୍ୟବସ୍ଥା
ଭାଷା ବଢ଼ିବ ଟେକି ମଥା
Comments are closed.