ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୀତନ ରାମ ମାଞ୍ଝି ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପାଟନାର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସ୍ୱାସ୍ଥ୍ୟ ରିପୋର୍ଟରୁ ତାଙ୍କୁ ମାଇଲ୍ଡ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଉଛି । ମାଞ୍ଝି ହୋସରେ ଅଛନ୍ତି ଏବଂ ସେ କଥାବାର୍ତ୍ତା ମଧ୍ୟ କରୁଛନ୍ତି। ତେବେ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ କହିଛନ୍ତି।
Comments are closed.