ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି ଦୈନିକ ସଂକ୍ରମଣ । ଦୈନିକ ସଂକ୍ରମଣ ଶହେକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୭୧ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୩ । ୧୮ ବର୍ଷ ଭିତରେ ଆଉ ୩୪ ଜଣ ସଂକ୍ରମିତ ହୋଇଛନ୍ତି । ପାଖାପାଖି ଦୁଇ ମାସ ପରେ ଦୈନିକ ସଂକ୍ରମଣ ଦୁଇ ଶହ ତଳକୁ ଖସିଛି ।
Covid-19 Report For 27th Feb
New Positive Cases: 171
Of which 0-18 years: 34
In quarantine: 98
Local contacts: 73(Details of local contacts will be shared by concerned District)
1. Angul: 5
2. Balasore: 1
3. Bargarh: 2
4. Bhadrak: 3
5. Balangir: 2
6. Boudh: 1
7. Cuttack: 6— I & PR Department, Odisha (@IPR_Odisha) February 28, 2022
ଆଜି ୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଗଜପତି ଜିଲ୍ଲାରୁ ସର୍ବାଧିକ ୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୩, ସମ୍ୱଲପୁରରୁ ୨୨, ଝାରସୁଗୁଡ଼ାରୁ ୨୧ ଓ ଯାଜପୁରରୁ ଆଉ ୧୫ ଜଣ ସଂକ୍ରମିତ ବାହାରିଛନ୍ତି । ବାକି ୨୦ ଜିଲ୍ଲାରେ ଦୈନିକ ସଂକ୍ରମଣ ଦୁଇ ଅଙ୍କ ତଳେ ରହିଛି ।ଆଜି କେନ୍ଦୁଝର, ମାଲକାନଗିରି, ନୂଆପଡ଼ା, ନୟାଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଆଜି କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି ।
25. Sundargarh: 7
26. State Pool: 5New recoveries: 382
Cumulative tested: 29263056
Positive: 1285038
Recovered: 1273304
Active cases: 2610— I & PR Department, Odisha (@IPR_Odisha) February 28, 2022
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୮୫ହଜାର ୩୮କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୭୩ହଜାର ୩୦୪ ସଂକ୍ରମିତ । ଏବେ ରାଜ୍ୟରେ ୨୬ଶହ ୧୦ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।
Comments are closed.