Latest Odisha News

BREAKING NEWS

ତୃତୀୟ ଦିନରେ ଭୋଟ୍ ଗଣତି ଜାରି : ୫୫୩ ଜିଲ୍ଲା ପରିଷଦ ଜୋନରେ ଆଗୁଆ ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ତୃତୀୟ ଦିନ । ତୃତୀୟ ଦିନରେ ଭୋଟ୍ ଗଣତି ଜାରି ।  ଦୁଇ ଦିନର ଫଳାଫଳ ଅନୁସାରେ ବିଜେଡି ସର୍ବାଧିକ ଆସନ ଅକ୍ତିଆର କରି ନିଜର ଦବଦବା ଜାରି ରଖିଛି । ବହୁ ପଛରେ ପଡ଼ିଯାଇଥିବା ବିଜେପି ଓ କଂଗ୍ରେସ ଏବେ ଦ୍ବିତୀୟ ସ୍ଥାନ ପାଇଁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତାରେ ଲାଗିଛନ୍ତି ।

ତେବେ ମୋଟ ୮୫୧ ଜିଲ୍ଲା ପରିଷଦ ଜୋନରୁ ୫୫୩ରେ ବିଜେଡି ଆଗୁଆ ରହିଛି । ଯେତେବେଳେ କି ବିଜେପି ଓ କଂଗ୍ରେସ ୫୦ ଆସନ ବି ଡେଇଁ ପାରିନାହାନ୍ତି। ବିଜେପି ୩୧, କଂଗ୍ରେସ ୨୯, ଅନ୍ୟାନ୍ୟ ୭ ଟି ଆସନରେ ଆଗୁଆ ଅଛନ୍ତି । ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ଦିନରେ ବିଜେଡି ତାର ବିଜୟ ଧାରା ଜାରି ରଖିଥିଲା । ଚାରିଆଡ଼େ ବିଜେଡିର ସୁନାମି ଦେଖାଦେଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ବହୁ ପଛରେ ପଡ଼ିଯାଇଛନ୍ତି ।

ନିର୍ବାଚନ ଫଳାଫଳ ପରେ ଗ୍ରାଉଣ୍ଡରେ ଶଙ୍ଖନାଦ ହେଉଛି । ବାଣ ଫୁଟୁଛି, ଶୋଭାଯାତ୍ରା ବାହାରୁଛି। ପ୍ରାର୍ଥୀ କର୍ମୀ ଏବେ ବିଜୟ ବାନା ଉଡ଼ାଉଛନ୍ତି । ସାରାରାଜ୍ୟର ସବୁ କାଉଣ୍ଟିଂଙ୍ଗ ସେଣ୍ଟରରେ କେବଳ ବିଜେଡିର ବିଜୟ ବାନା ହିଁ ଦେଖାଦେଉଛି। ସବୁଠି ନବୀନ ବାହିନୀ ନିଜର ଦବଦବା ଦେଖାଇଛି ।

Comments are closed, but trackbacks and pingbacks are open.