Latest Odisha News

BREAKING NEWS

ଭାରତ-ଶ୍ରୀଲଙ୍କା ପ୍ରଥମ କ୍ରିକେଟ ଟେଷ୍ଟ: କୋହଲି ପୁନର୍ବାର ନିରାଶ କଲେ, ଶତକ ହାସଲରୁ ପନ୍ତ ବଂଚିତ

ମୋହାଲୀ: ଏଠାରେ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୩୫୭ ରନ ସଂଗ୍ରହ କରିଛି । ଏହି ମ୍ୟାଚରେ ବିରାଟ କୋହଲିଙ୍କ ଶତକ ହାସଲ ଉପରେ ସମସ୍ତଙ୍କ ନଜର ରହିଥିଲା । ତେବେ ଏହି ପୂର୍ବତନ ଅଧିନାୟକ ୪୫ ରନ କରି ପୁନର୍ବାର ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ରିଷଭ ପନ୍ତ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଛନ୍ତି । ସେ ୯୬ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ ୩୩, ଅଧିନାୟକ ରୋହିତ ଶର୍ମା ୨୯, ହନୁମା ବିହାରୀ ୫୮ ଓ ଶ୍ରେୟାଶ ଆୟାର ୨୭ ରନ ସଂଗ୍ରହ କରିଥିଲେ । ଷ୍ଟମ୍ପସ ଅପସାରଣ ବେଳକୁ ରବୀନ୍ଦ୍ର ଜାଡେଜା ୪୫ ଓ ରବିଚନ୍ଦ୍ରନ ଅଶ୍ୱୀନ ୧୦ ରନ କରି ଅପରାଜିତ ରହିଛନ୍ତି । ଶ୍ରୀଲଙ୍କା ପକ୍ଷରୁ ଲାସିଥ ଇମବୁଲଦେନିୟା ୨ଟି ୱିକେଟ ଅକ୍ତିଆର କରିଥିଲେ ।

୮୦୦୦ ରନ କ୍ଲବରେ କୋହଲି: ବିରାଟ କୋହଲି ବ୍ୟକ୍ତିଗତ ଭାବେ ୩୮ ରନ କରିବା ମାତ୍ରେ ଟେଷ୍ଟ କ୍ରିକେଟରେ ଭାରତର ଷଷ୍ଠ ଖେଳାଳି ଭାବେ ୮୦୦୦ ରନ କ୍ଲବରେ ସାମିଲ ହୋଇଥିଲେ । ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଭିଭିଏଲସ ଲକ୍ଷ୍ମଣ ଓ ବୀରେନ୍ଦ୍ର ସେହ୍ୱାଗ ୮୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି ।

Comments are closed.