Latest Odisha News

BREAKING NEWS

“ଲଭ ଗ୍ୟାରେଜ” ଓ “ପ୍ରେମ ଫର ସେଲ” ଚଳଚିତ୍ରର ଶୁଭ ମହୁରତ

ମୟୁରଭଞ୍ଜ: ସିନେମା ଜଗତକୁ ଫିକା କରିଦେଇଛି କରନା । କଟକଣା ଉଠିଲା ପରେ ପୁଣି ଚଳଚିତ୍ର ଜଗତରେ ନୂଆ ଆଶା ବାନ୍ଧିଛନ୍ତି ପ୍ରଯୋଜକ, ନିର୍ଦେଶକ ଏବଂ କଳାକାର। କରୋନା ଯୋଗୁଁ ଦୀର୍ଘ ଦିନରୁ ଅଟକି ରହିଥିବା ଓମ୍ ପ୍ରଡକ୍ସନର ଦୁଇଟି ଓଡ଼ିଆ ଚଳଚିତ୍ରର ଆଜି ବାରିପଦା ସ୍ଥିତି ହରିହର ମନ୍ଦିରରେ ଆଜି ଶୁଭ ମହୁରତ ହୋଇଛି।

ଓମ୍ ପ୍ରଡକ୍ସନର ଏହି ୨ ଟି ଚଳଚିତ୍ର ନାମ “ଲଭ ଗ୍ୟାରେଜ” ଓ “ପ୍ରେମ ଫର ସେଲ” ରହିଛି । ନିର୍ଦେଶକ ସଞ୍ଜବ୍ ଦ୍ବିବେଦୀଙ୍କ ନିର୍ଦ୍ଦେଶନାରେ ହେବାକୁ ଥିବା ଦୁଇଟି ଚଳଚିତ୍ର “ଲଭ ଗ୍ୟାରେଜ” ଓ “ପ୍ରେମ ଫର ସେଲ”ରେ ନାୟକ ଭୂମିକାରେ ସମ୍ବିତଙ୍କୁ ଦେଖିବାକୁ ମିଳିବ।

ସେହିଭଳି “ଲଭ ଗ୍ୟାରେଜ”ରେ ନାୟିକା ଭୂମିକାରେ ରିଆ ଓ ମନୀଶ ଅଭିନୟ କରୁଥିବା ବେଳେ “ପ୍ରେମ ଫର୍ ସେଲ”ରେ ନାୟିକା ଭୁମିକାରେ ତମନ୍ନାଙ୍କୁ ଦେଖିବାକୁ ମିଳିବ। ସେହିଭଳି ଖଳନାୟକ ଭୂମିକାରେ ଅଶୀତ ପତି ଓ ଡିସ୍କୋଙ୍କୁ ଦେଖିବାକୁ ମିଳିବ।

ଚଳଚିତ୍ର “ପ୍ରେମ୍ ଫର୍ ସେଲ” ରେ ଅଭିଜିତ୍ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଚଳଚିତ୍ର “ଲଭ ଗ୍ୟାରେଜ” ରେ କୃଷ୍ଣଚନ୍ଦ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଓମ୍ ପ୍ରଡକ୍ସନର ଶୁଭଲକ୍ଷ୍ମୀ ପଟ୍ଟନାୟକ ଓ ଉମେଶ ପଟନାୟକଙ୍କ ପ୍ରଯୋଜିତ ଏହି ଦୁଇ ଚଳଚିତ୍ରର ସୁଟିଂ ଖୁବ ଶିଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ନିର୍ଦ୍ଦେଶକ ସଞ୍ଜିବ୍ ଦ୍ବିବେଦୀ।

ଚଳଚିତ୍ରର ସୁଟିଂ ମୟୁରଭଞ୍ଜ ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ କରିବା ସହ ଆଗାମୀ ଏପ୍ରିଲ ମାସରେ ଚଳଚିତ୍ର ମୁକ୍ତିଲାଭ କରିବାକୁ ଲକ୍ଷ ରଖାଯାଇଥିବା ଜଣାପଡ଼ିଛି ।

Comments are closed.