କାନପୁର: କାନପୁର ଚକେରୀ ଏୟାରପୋର୍ଟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ସୂଚନା ଅନୁସାରେ, ଚେନ୍ନାଇରୁ କାନପୁର ପହଞ୍ଚିଥିବା କୋଷ୍ଟଗାର୍ଡର ଡର୍ନିଅର୍ ବିମାନ ଅବତରଣ କରିବା ପରେ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନ ଅବତରଣ ସମୟରେ ଏହାର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହି କାରଣରୁ ବିମାନ ଅବତରଣ କରିବା ପରେ ମଧ୍ୟ ଅଟକି ନଥିଲା ଏବଂ ରନୱେରୁ ଚାଲିଗଲା ।
ରନୱେରେ ଦୀର୍ଘ ସମୟ ଚାଲିବା ପରେ ବିମାନଟି କିଛି ପିଲର ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ କୌଣସି ମୃତାହତର ଖବର ମିଳିନାହିଁ । ଏହି ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Coast Guard plane suffers engine snag, rams into structure at Kanpur’s HAL airport pic.twitter.com/4iaugZT2AI
— Technical Astra (@kishanchand_89) March 6, 2022
ବିମାନଟି ଅବତରଣ କରୁଥିବା ବେଳେ ବାମ ଇଞ୍ଜିନଟି କାମ କରିବା ବନ୍ଦ କରିଥିଲା । ଏଥିପାଇଁ ପାଇଲଟ୍ ଯେମିତି ବିମାନଟିକୁ ଅବତରଣ କରିଥିଲେ, ସେବେ ତାହା ଡାହାଣ ଆଡକୁ ଚାଲିଗଲା ଓ ଧକ୍କା ହେଲା । ଦୁର୍ଘଟଣା ପରେ ବିମାନରେ କୌଣସି ବଡ଼ କ୍ଷତି ହୋଇନଥିବା ଜଣାପଡିଛି ।
Comments are closed.