Latest Odisha News

କବିତା : କାହାଣୀ ପରି

ରାଜଲଷ୍ମୀ ସାମଲ 

ଚାରିମହଲା ଛାତ ଉପରୁ ସେମାନଙ୍କୁ ଦେଖୁଥିଲି
ଜଣେ ଥରୁଥିଲା ଶୀତରେ
ଜଣେ ବର୍ଷୁଥିଲା ବର୍ଷାରେ
ଆଉ ଜଣେ ଘୁମାଉ ଥିଲା ଅନ୍ଧାରରେ
ମୋତେ ଦେଖି ସେମାନେ ହସିଲେ
ସେଥିରେ ଥିଲା କିଛି ଘୃଣା,
ଢେର ମିଛ,
ଆଉ ମେଞ୍ଚେ କଟାକ୍ଷର ଫେଣ୍ଟାଫେଣ୍ଟି କାହାଣୀ ।
କାହାଣୀ ଗୁଡିଏ ନେସିହୋଇ
ଉଷୁମ ଟାଣିଲେ ମୋ ଛାତିକୁ ଆଉଜି
ମୁଁ ଅନିଚ୍ଛା ସତ୍ୱେ ଆଉଜେଇ ଆଣିଲି ସେମାନଙ୍କୁ
ମାଆଖାଇ ଝିଅଟିଏ ମାଆ ହୋଇଥିଲା ବେଳେ ,
ବେଳକେ ହଉଥିଲା ଥରିଲା ହାତ ର ଆଶାବାଡି,
ପୁଣି କେତେବେଳେ ସାଜୁଥିଲା ମାଟିକଣ୍ଡେଇଟେ
ଅନେକ କାହାଣୀ ଅନେକ ରୂପରେ ଗୋଟେ ଚରିତ୍ର
ହେଲେ ସବୁ କାହାଣୀ ଶେଷରେ କେବଳ
ସ୍ଵାର୍ଥ ଆଉ ଲାଞ୍ଚନା
ମିଛ ଆଉ ବାହାନା
ମୁଁ ଦୌଡ଼ିବାକୁ ଆରମ୍ଭ କଲି
ନିଜକୁ ସେମାନଙ୍କଠୁ ଅଲଗା କଲି
ଚିତ୍କାର କଲି ,ନେହୁରା ହେଲି
ଭିକ ମାଗିଲି ……ପାରିଲିନି
ବେଳ ସାରିଯାଇଥିଲା
ଖେଳ ବି
ସେମାନେ ସୁଯୋଗରେ ଥିଲେ
ତଣ୍ଟି ଚିପି ହତ୍ୟା କଲେ
ଶେଷ ହେଲା ଅଭିନୟ
ମୁଁ ଝାଡ଼ି ଝୁଡ଼ି ଛିଡା ହେଲି
ଛାତ ଉପରେ କିଛି ଛାୟାମୂର୍ତ୍ତି
ମୋତେ ଚାହିଁ ହସୁଥିଲେ ସେଇ ହସ
ଯେଉଁ ହସ କୁ ମୁଁ ଡରୁଥିଲି ଆଜୀବନ ।
ରାଜଲଷ୍ମୀ ସାମଲ ।

ଫୋନ୍ ନଂ-୮୨୯୫୫୬୮୮୦2

Comments are closed.