ବାଙ୍ଗାଲୋର: ଚଳିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଦ୍ୱିତୀୟ ଇନିଂସରେ ସେ ମାତ୍ର ୨୮ ବଲରେ ଅର୍ଦ୍ଧଶତକ ହାସଲ କରି କପିଳଦେବଙ୍କ ୪୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ଭାରତ ପକ୍ଷରୁ ଟେଷ୍ଟରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବା ରେକର୍ଡ କପିଳଙ୍କ ନାମରେ ଥିଲା । ସେ ୧୯୮୨ରେ କରାଚୀରେ ପାକିସ୍ତାନ ବିପକ୍ଷରେ ସେ ୩୦ ବଲ ଖେଳି ଏହି ସଫଳତା ଅର୍ଜନ କରିଥିଲେ ।
ପନ୍ତ ୨୮ ବଲରେ ଅର୍ଦ୍ଧଶତକ ହାସଲ କରି କପିଳ ଦେବଙ୍କୁ ଅତିକ୍ରମ କରିଛନ୍ତି । ତେବେ ଆନ୍ତର୍ଜାତୀୟ କ୍ରିକେଟରେ ଏହି ରେକର୍ଡ ପାକିସ୍ତାନର ମିସବା ଉଲ ହକଙ୍କ ନାମରେ ରହିଛି । ସେ ଅଷ୍ଟ୍ରେଲିଆ ବିପକ୍ଷରେ ୨୧ ବଲରେ ଅର୍ଦ୍ଧଶତକ କରିଥିଲେ ।
Comments are closed.